ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅଭିଯୋଗ କଲେ ପୋଖରା ଗ୍ରାମବାସୀ
ନୟାଗଡ, 3/3 : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ପୋଖରା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ନେଇ ଗ୍ରାମବାସୀ ନୟାଗଡ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଲିଖିତ ଅଭିଯୋଗ ଅନୁଯାୟୀ ସିଙ୍ଗାର ପଲ୍ଲୀ ଫେଜ୍ରୁ ପୋଖରା ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ହେଉଥିବାରୁ ବର୍ଷା, ପବନ ହେଲେ ଡାଳପତ୍ର ଭାଙ୍ଗି ବିଦ୍ୟୁତ୍ ତାର ଉପରେ ପଡ଼ି ତାର ଛିଡ଼ୁଛି ଯାହା ଫଳରେ ବହୁ ଦିନ ଧରି ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଏପରିକି ସିଙ୍ଗାର ପଲ୍ଲୀ ଯିବା ରାସ୍ତାରେ ହାତୀମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଅଧିକାଂଶ ସମୟରେ ବିଦ୍ୟୁତ୍ କାଟ ହେଉଛି ଏବଂ ଚାରିଦିନ ହେବ ଟ୍ରାଂସଫର୍ମ ପୋଡିଯିବା ଯୋଗୁଁ ଅସହ୍ୟ ଗୁଳୁ ଗୁଳିରେ ଲୋକମାନେ ଅତିଷ୍ଠ ହୋଇପଡ଼ିଲେଣି। ପୋଖରା ଗ୍ରାମର କୌଣସି ବିଦ୍ୟୁତ୍ ଗ୍ରାହକଙ୍କ କୌଣସି ବିଦ୍ୟୁତ୍ ବିଲ୍ ବାକି ନଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ୍ ବିଦ୍ୟୁତ୍ ବିଭାଗର କୌଣସି ଆନ୍ତରିକତା ନଥିବା ଲୋକମାନଙ୍କୁ ମର୍ମାହତ କରିଛି। ଏହି ସମସ୍ୟା ନେଇ ପୋଖରା ଗ୍ରାମର ଆନନ୍ଦ ଚନ୍ଦ୍ର ସାହୁ, କୁଳମଣି ସାହୁ,ଭଗବାନ ସାହୁ, ହରିହର ସାହୁ, ପ୍ରସନ୍ନ କୁମାର ସାହୁ, ସନ୍ନ୍ୟାସୀ ସାହୁ, ନିରଞ୍ଜନ ସାହୁ, କୈଳାସ ଚନ୍ଦ୍ର ସାହୁ ଆଦି ୫୦ ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଗ୍ରାହକ ନୟାଗଡ ଟିପି କୋଡଲ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଯାଇ ସିଙ୍ଗାର ପଲ୍ଲୀ ଫେଜରୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରି ମହିପୁର ଫେଜରୁ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ଦେବା ପାଇଁ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।