ରକ୍ତ ଦେବା ପାଇଁ ହସପିଟାଲରେ ଲମ୍ବା ଲାଇନ

0

ବାଲେଶ୍ବର,3/6: ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବାଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ଭିତରେ ଧକ୍କା ହୋଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ ପ୍ରାୟ ୩ଶହରୁ ୪ଶହ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଘଟଣାରେ ପ୍ରାୟ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ଏହି ସଂଖ୍ୟା ୧୦୦ ଛୁଇଁବା ଆଶା ରହିଛି। ତେବେ ଗୁରୁତରମାନଙ୍କ ପାଇଁ ରକ୍ତ ଦରକାର ପଡୁଥିବାରୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ହସପିଟାଲ ରେ ରକ୍ତ ଦେବା ପାଇଁ ଅନେକ ସ୍ବେଚ୍ଛାସେବୀଙ୍କ ଲମ୍ବା ଲାଇନ ଲାଗିଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?