ବାହାନଗାରେ ୨ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା: ମୃତାହତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା
ଭୁବନେଶ୍ବର: ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱାଡା ଦୂରନ୍ତ ଏକ୍ସପ୍ରେସ ଭିତରେ ଧକ୍କା ହୋଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ ପ୍ରାୟ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁବା ଆଶଙ୍କା ରହିଛି। ପ୍ରାୟ ୩୫୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଖବର ମିଳିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆହତମାନଙ୍କୁ ବିଭିନ୍ନ ହସପାତାଳରେ ଭର୍ତ୍ତି କରାଯାଇଛି। ତେବେ ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ଭାବେ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।