ବାପୁଜୀ ଉଚ୍ଚ ବିଦ୍ୟାପୀଠର ୯୭ ବ୍ୟାଚ ପକ୍ଷରୁ ଵିଶ୍ୱ ମାତୃ ଦିବସ ପାଳିତ
ଯାଜପୁର:13.05 (ସାଆମି) କରଦା ବାପୁଜୀ ଉଚ୍ଚ ବିଦ୍ୟାପୀଠ ୯୭ଵ୍ୟାଚ ର ଛାତ୍ର ମାନେ ବିଶ୍ୱ ମାତୃଦିଵସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଶେଷକରି ବିଶ୍ୱ ମାତୃଦିଵସ ଗୋଟିଏ ଦିନ ନୁହେଁ ସବୁ ଦିନ ପିତାମାତା ଙ୍ଗ ସେବା କରିଵା ଉଚିତ୍। ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ଯଥାର୍ଥ ରେ ମା’ ମାଟିଠୁ ଅନନ୍ତ ଆକାଶ ଯାଏଁ ପରିବ୍ୟାପ୍ତ। ମା ହେଉଛି ସର୍ଵଂ ସହା ଧରିତ୍ରୀ। ମା’ହେଉଛି ପ୍ରଥମ ଗୁରୁ ସେ ତା’ର ବାତ୍ସଲ୍ୟ ର ମମତା କୁ ବାଣ୍ଟି ବାଣ୍ଟି ଜଗତକୁ ସୁନ୍ଦର ଓ ସଫଳ ସନ୍ତାନ ଟିଏ ଜନ୍ମ ଦେଇ ସୁନ୍ଦର ବିଶ୍ୱ ଟିଏ ନିର୍ମାଣ କରିଵାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଏବେ ଅନେକ ସନ୍ତାନ ସନ୍ତତି ସେମାନଙ୍କ ବୃଦ୍ଧ ପିତାମାତାଙ୍କୁ ବହୁ ଦୁଃଖ କଷ୍ଟ ଦେଇ ପଛାଉ ନାହାନ୍ତି। ପାଣିକୋଇଲି ଶେଷ ପରିଚୟ ଵୃନ୍ଧାଶ୍ରମ ର ମା ମାନଙ୍କ ଆଖରୁ ଲୁହ ପୋଛିଵାକୁ ଉପସ୍ଥିତ ହୋଇଥିଲେ ଏହି ପୁରାତନ ଛାତ୍ରମାନେ।ଵୟସର ଅପରାହ୍ନ ରେ ନିଜ ପୁଅ ମାନେ ସିନା ପର କରିଦେଲେ, କିନ୍ତୁ ଆଜି ମା ମାନଙ୍କୁ ଆଦରି ନେଉଥିଲେ ଏହି ପୁଅମାନେ। ବାପୁଜୀ ଉଚ୍ଚ ବିଦ୍ୟାପୀଠ ୯୭ଵ୍ୟାଚ ର ଛାତ୍ର ମାନେ ମା ମାନଙ୍କ ପାଇଁ ଉତ୍ସର୍ଗ କରିଥିଲେ ଶେଷ ପରିଚୟ ଵୃନ୍ଧାଶ୍ରମ ପରିବାରରେ। ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ସଂପୂର୍ଣ୍ଣ ଗୋଟିଏ ଦିନର ଖାଦ୍ଯଭାର ଗ୍ରହଣ କରିଵା ସହିତ ସୁଖ ଦୁଃଖ ବାଣ୍ଟି ଥ୍ୱଲେ। ବିଶ୍ୱ ମାତୃଦିଵସ ର ବାପୁଜୀ ଉଚ୍ଚ ବିଦ୍ୟାପୀଠ ୯୭ଵ୍ୟାଚ ର ଛାତ୍ର ମାନଙ୍କର ଏହି ମହତ କାମକୁ ସାଧାରଣରେ ପ୍ରଶଂସା କରାଯାଉଛି।