ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳନ
ଢେଙ୍କାନାଳ :3/12/23(ସା ଆ ମି ) ଆଜି ରିଜର୍ଭ ପୋଲିସ ପଡିଆ, ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ହେଇଯାଇଛି l ଏଥିରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଯୋଗଦେଇ କହିଥିଲେ ଯେ ଦିବ୍ୟାଙ୍ଗ ମାନେ ସ୍ରଷ୍ଟାଙ୍କ ଅନନ୍ୟ ସୃଷ୍ଟି l ସେମାନଙ୍କ ଭିତରେ ଅନେକ ପ୍ରତିଭା ରହିଛି l ସେମାନେ ସାଧାରଣ ଲୋକଙ୍କଠୁ ଅଧିକ ପ୍ରତିଭାଵାନ ଏହି ଅବବସରରେ 10 ଜଣ ଦିବ୍ୟାଙ୍ଗ ଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ସହ 15 ଜଣ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା l 4 ଜଣ ଦିବ୍ୟାଙ୍ଗଙ୍କୁ ବାହା ହେଇଥିବା 4 ଜଣ ଶାରୀରିକ ସୁସ୍ଥ ଲୋକଙ୍କୁ ଅଥବା 4 ଟି ଦିବ୍ୟାଙ୍ଗ ସୁସ୍ଥ ଦମ୍ପଦିଙ୍କୁ ମୋଟ 2.5ଲକ୍ଷ ବିଵାହ ସହାୟତା ରାଶିପ୍ରଦାନ କରାଯିଇଥିଲା ଏହି ପ୍ରରିପ୍ରେକ୍ଷୀରେ ଦିବ୍ୟାଙ୍ଗ ମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏହିକାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦିଲ୍ଲିପ କୁମାର ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଡି. ଏସ. ଏସ. ଓ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବିନୀତା ସେନାପତି, ଦୃଷ୍ଟିହୀନ ବିଦ୍ୟାଳୟରା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦିବାକର ସାହୁ,ଅକ୍ଷମ କଲ୍ୟାଣ ସମିତିର ରା ସଂପାଦକ ଶ୍ରୀ ବିଶ୍ୱନାଥ ବେହେରା,ଜିଲ୍ଲାର ବିଭିନ୍ନ ବ୍ଲକ ଓ 4 ଟି ଦିବ୍ୟାଙ୍ଗ ବିଦ୍ୟାଳର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ
ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରା ଆକାଶ.