ସ୍ବେଛାକୃତ ଅବସର ନେଲେ 5t ସଚିବ ଭି. କେ. ପାଣ୍ଡିଆନ
ପାୱାରଫୁଲ ଆଇଏଏସ ଅଫିସର 5t ସଚିବ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ ଏବେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି । କାହିଁକି ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ? ଆଗକୁ କ’ଣ ରହିବ ଭି.କେ ପାଣ୍ଡିଆନଙ୍କ ପଦକ୍ଷେପ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ଏବେ କେଉଁ ଭୂମିକାରେ ନଜର ଆସିବେ ପାଣ୍ଡିଆନ? ଅବସର ପରେ ଏହି ଅଭିଜ୍ଞତାକୁ କେଉଁ ଦିଗରେ ବିନିଯୋଗ କରିବେ? ଏବେ ଏମିତି ସବୁ ପ୍ରଶ୍ନ ସାଧାରଣ ମହଲଠୁ ଆରମ୍ଭ କରି ରାଜ୍ୟ ରାଜନୀତି ମହଲରେ ସୃଷ୍ଟି ହୋଇଛି ।