ବଜ୍ରାଘାତରେ ଧରାସାହି ହେଲା ଦଧିନଉତି
ଓଡାପଡା ତା 21.09.23(ସା ଆ ମି)ଗତ ସେପ୍ଟେମ୍ବର ଦୁଇ ତାରିଖ ଅପରାହ୍ନ ସମୟ ପ୍ରାୟ ଚାରିଘଟିକା ବେଳେ ବଜ୍ରପାତ ଦ୍ୱାରା ବଳରାମ
ପୁର ଗ୍ରାମପଞ୍ଚାୟତର ସରିଆପଡା ଗ୍ରାମର ନୀଳକଣ୍ଠେଶ୍ଵର ଶିବମନ୍ଦିର
ଚୁଳ ବଜ୍ରାଘାତ ଦ୍ୱାରା ଧରାଶାୟୀ ହେବାଶହ ବିଦ୍ୟୁତ ସରଞ୍ଜାମ ନଷ୍ଟ ସହ ବ୍ୟାପକ କ୍ଷତି ହୋଇଥି ବାବେଳେ ଆଶ୍ରିତ ପାରାମାନେ ମୃତ୍ୟୁବରଣ କରିଥିଲେ! ଭକ୍ତ ଓ ଅଞ୍ଚଳ ବାସିଙ୍କ କହିବା ଅନୁଯାଇ ମନ୍ଦିରଟି ବହୁପୁରାତନ ମନ୍ଦିର ଏଠାରେ ଫୁଟିଲିଙ୍ଗ ପୂଜାପାଉଛନ୍ତି! ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ଆସି ତ୍ରାହିପଡି ଥାନ୍ତି ପ୍ରଭୁ ନୀଳ କଣ୍ଠେଶ୍ଵର ଭକ୍ତଙ୍କର ମାନସିକ ପୂରଣ କରିଥାନ୍ତି! ମନ୍ଦିରଟି ଗ୍ରାମବାସୀଙ୍କ ତତ୍ୱାବଧାନରେ ବାପ ଅଜା ଅମଳରୁ ପରିଚାଳିତ ହୋଇଆସୁଅଛି!ଜାଗର, ଶୀତଳ ଷଷ୍ଠୀ, ଜଳାଭିଷେକ, ରୁଦ୍ରାଭିଷେକ ଓ ବାରମାସରେ ନାନାପାର୍ବପର୍ବାଣି ପାଳିତ ହୋଇଥାଏ!ମନ୍ଦିର ଦଧୀନଉତି ସହ ମରାମତି ପାଇଁ ସରକାର, ବଦାନ୍ୟ ବ୍ୟକ୍ତି ଙ୍କସହଯୋଗ ନିମନ୍ତେ ଗ୍ରାମପଞ୍ଚାୟତର ସରପଞ୍ଚ ଅଭିରାମ ଦଳେଇ ଙ୍କ ସମେତ ଗ୍ରାମବାସୀ ଓ ଭକ୍ତମାନେ ଅନୁରୋଧ କରିଛନ୍ତି! ଓଡାପଡାରୁ ଜିତେନ୍ଦ୍ର କୁମାର ଧୀର ସାରାଆକାଶ