ସର୍ବସାଧାରଣଙ୍କ ରାସ୍ତା ଜବର ଦଖଲ ଚିହ୍ନଟ ଦାବୀ
ସମ୍ବଲପୁର-୧୮/୯ (ସା.ଆ.ମି) ସମ୍ବଲପୁର ଜିଲା ବଳମ ତେନ୍ତୁଳି
ସାହିରୁ ମହୁକୁଦ ଯାଇଥବା ସର୍ବ ସାଧାରଣଙ୍କ ଯିବାଆସିବା ରାସ୍ତାକୁ ସେହି ଗ୍ରାମର ଜନୈକ ବ୍ଯକ୍ତି ବଳ ପୂର୍ବକଜୋର ଜବରଦସ୍ତ ଦଖଲ କରି
ହଳ କରିଥିବାରୁ ଜନସାଧାରଣଙ୍କ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏ ନେଇ ବଳମ ତେନ୍ତୁଳି ସାହିବାସୀ ଏହାର ଚିହ୍ନଟପାଇଁ ନାକ୍ଟିଦେଉଳ ତହସିଲଦାରଙ୍କ ଠାରେ ଦାବୀ ଜଣାଇ ଥିବା ଜଣାପଡିଛି