ବାରଫୁଟ ଲମ୍ବର ଅଜଗର ଉଦ୍ଧାର
ଓଡାପଡା ତା 17.09.23(ସା ଆ ମି )ଏକଘରିଆସ୍ଥିତ ଭକ୍ତକବି ଦିନକୃଷ୍ଣଦାସ ସାଧନାପୀଠରୁ ପୂର୍ବାହ୍ନ ପ୍ରାୟ ନଅଘଟିକା ସମୟରେ
ଉପସ୍ଥିତଭକ୍ତ ମାନେସାପଟିକୁ ଦେଖିଥିଲେ! ତତକ୍ଷଣାତ ବନବିଭାଗ ଓ ସ୍ନେକ ହେଲ୍ପଲାଇନ କୁ ଅବଗତ କରାଇଥିଲେ! ସୂଚନା ପାଇ ବନବିଭାଗ କାହ୍ନାବେହେରା ଓ ସ୍ନେକ ହେଲ୍ପ ଲାଇନ କର୍ମୀ ଶିଶିର କୁମାର ସାହୁ ପହଞ୍ଚି ଅଜଗର ସାପଟିକୁ ମନ୍ଦିରରୁ ଉଦ୍ଧାର କରିଥିଲେ!
ଉଦ୍ଧାର ସାପଟି ଅଜଗର ପ୍ରଜାତିର ବୋଲି ଜଣାପଡିଛି! ତାହାର ଲମ୍ବପ୍ରାୟ ବାରଫୁଟ ହେବ ଅନମାନ କରାଯାଇଛି! ଉଦ୍ଧାର ପରେ ସାପଟିକୁ ବନବିଭାଗ କର୍ମୀ ଓ ସାପ ଉଧାରକାରୀ କର୍ମୀଙ୍କ ଦ୍ୱାରା ସାପଟିକୁ ଓଡାପଡା ଅଞ୍ଚଳ ମଠରଗଡି ରେ ନେଇ ଛାଡ଼ିଥିବାର ଜଣାପଡିଛି! ମହାପ୍ରଭୁ ଙ୍କର କରୁଣାରୁ ମନ୍ଦିରରେ କାହାର କୌଣସି କ୍ଷତି ଘଟିନାହିଁ!ଏହା ପ୍ରଭୁଙ୍କର ମହିମା ବୋଲି ଚର୍ଚ୍ଚା ଜୋରଧରିଛି! ଓଡାପଡାରୁ
ଜିତେନ୍ଦ୍ର କୁମାର ଧୀର ସାରାଆକାଶ.