ଜିଲ୍ଲାସ୍ତରୀୟ ଆୟୁଷ୍ମାନଭବ ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ ତା 16.09.23(ସା ଆ ମି )ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନଭବ ସଚେତନତାକାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା!ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାଣ ମୁଖ୍ୟଅତିଥି ଭାବେଯୋଗ ଦେଇଥିଲେ!ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ଃ ଅଶୋକ କୁମାର ଦାସ ମଧ୍ୟ ଯୋଗଦେଇଥିଲେ!ଭାରତ ସରକାର ଓ ରାଜ୍ୟସରକାରଙ୍କ ମିଳିତସହଯୋଗରେ ସେପ୍ଟେମ୍ବର ସତର ରୁ ଅକ୍ଟୋବର ଦୁଇ (ଗାନ୍ଧୀଜୟନ୍ତୀ )ପର୍ଯ୍ୟନ୍ତ ଆୟୁଷ୍ମାନଭବ କାର୍ଯ୍ୟକ୍ରମ ମାଧ୍ୟମରେ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ନିରାକରଣ ନିମନ୍ତେ ପତ୍ରିକା ଓ ମାଗଣା ଚିକିତ୍ସା ମାଧ୍ୟମରେ ଜନସଚେତନତା କରାଯିବ!ଜିଲ୍ଳାସ୍ୱାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସମ୍ପର୍କିତ ବିବରଣୀ ପ୍ରଦାନ କରିଥିଲେ!ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମୋବ୍ଲକ ମୋପଞ୍ଚାୟତ କାର୍ଯ୍ୟକ୍ରମରେ ଡ୍ରାଏ ଡେ ଉପରେ ଆଲୋଚନା ନିମନ୍ତେ ନିଷ୍ପତି ନିଆଯାଇଥିଲା!କାର୍ଯ୍ୟକ୍ରମ ରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ , ମୁଖ୍ୟଚିକିତ୍ସା ଅଧିକ୍ଷକ ଓ ରକ୍ତଭଣ୍ଡାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ