ବିଭାରଣୀଙ୍କ ଆଫ୍ରିକା କିଲ୍ଲମଞ୍ଜରୀ ପର୍ବତ ଆରୋହଣ ଯାତ୍ରା ଶୁଭାରମ୍ଭ

0

ଢେଙ୍କାନାଳ :ତା 12.09.23(ସା ଆ ମି )ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା ଜାତୀୟ ପତାକା ପ୍ରଦର୍ଶିତ କରି ଜିଲ୍ଲାର ପାର୍ବତୋରୋହୀ ବିଭାରଣୀ ପାତ୍ରଙ୍କ କିଲ୍ଲିମଞ୍ଜରୀ ପର୍ବତ ଆରୋହଣଯାତ୍ରାର ଶୁଭାରମ୍ଭ କରିଛନ୍ତି l ସେ ଓଡାପଡା ବ୍ଲକ ର ମେରାମଣ୍ଡଳୀ ଗ୍ରାମର କୃଷ୍ଣ ପ୍ରସାଦ ପାଟରା ଓ ବିଦ୍ୟୁତ ପ୍ରଭା ପାଟରା ଙ୍କ ଝିଅ l ଏଯାବତ ସେ ଖେଳ, ଦୁଃସାହାସିକ କ୍ରୀଡା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି 153 ଟି ପୁରସ୍କାର ପାଇଛନ୍ତି l ସେ ଏବେ ଯେଉଁ କିଲ୍ଲିମଞ୍ଜରୀ ପର୍ବତ ଆରୋହଣ କରିବେ ତାହାର ଉଚ୍ଚତା 19,341ଫୁଟ l ଏହାପରେ ସେ ଋଷର ଏଲବୃଶ ପର୍ବତ ଆରୋହଣ କରିବା ପାଇଁ ଲକ୍ଷ ରଖିଛନ୍ତି l ସେ ନିଜର ଯାତ୍ରା 14 ସେପ୍ଟେମ୍ବର ରୁ ଆରମ୍ଭ କରିବେ ଏବଂ ସେ ପାର୍ବତରୋହଣ କରି ସେପ୍ଟେମ୍ବର 25ରେ ଆସି ଓଡିଶାରେ ପଂହଁଚିବେ l ସେ ନିଜର ଏହି ଯାତ୍ରା ଦ୍ୱାରା ମୁଖ୍ୟତଃ 5ଟି ଜିନିଷ (ସଡ଼କ ସୁରକ୍ଷା, ରକ୍ତ ଦାନ, ବୃକ୍ଷରୋପଣ, ଗୀତ ଭାଗବତ ଓ ଅଙ୍ଗଦାନ ) ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଚାଁହୁଛନ୍ତି l

ସେ ନିଜର ପାର୍ବତରୋହଣ ପାଇଁ ଇଛା ଓ ଅର୍ଥଭାବ ସମ୍ପର୍କରେ 5ଟି ସଚିବ ଙ୍କୁ ଟୁଇଟ ମଧ୍ୟମରେ ଜଣାଇଥିଲେ l ଏହାପରେ 5ଟି ସଚିବଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲାପ୍ରଶାସନ ତରଫରୁ ତାଙ୍କୁ 25ହଜାର ଟଙ୍କାର ଅର୍ଥରାଶି ଚେକ ଆକାରରେ ପ୍ରଦାନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ, ଆପତ୍ତିକାଳୀନ ଅଧିକାରୀ, ଆସିଷ୍ଟାଣ୍ଟ କଲେକ୍ଟର ଓ ଡେପୁଟି କଲେକ୍ଟର ଉପସ୍ଥିତରହି ବିଭାଙ୍କଯାତ୍ରାର ସଫଳକାମନା କରିବାସହ, ପରିବାର ବର୍ଗ, ଆତ୍ମୀୟ ସ୍ୱଜନ, ଗ୍ରାମବାସୀ ତଥା ଅଞ୍ଚଳ ବାସୀ, ସାରାଆକାଶ ପତ୍ରିକା ଓ AMSnews ପରିବାର ବିଭାଙ୍କ ପାର୍ବତଆରୋହଣଯାତ୍ରା ର ସଫଳତା
ପାଇଁ ମହାପ୍ରଭୁ ଅସୀମ ଶକ୍ତିଦେଇ ସହାୟହୁଅନ୍ତୁ ଏହି କାମନା କରିଛନ୍ତି!

ଢେଙ୍କାନାଳରୁ
ଜଗନ୍ନାଥ ନାୟକ
ସାରାଆକାଶ,


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?