୧୨ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓଲ୍ଲାଇଲେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ
କିଶନନଗର 07.09 (ସା.ଆ.ମି) କଟକ ବଡ଼ ମେଡିକାଲ ରେ ଓଡ଼ିଶା ନର୍ସିଂ କର୍ମଚାରୀ ଆସୋସିଏସନ ତରଫରୁ 12 ଦଫା ଦାବି ପୂରଣ ନହେବାରୁ ଆଜି ଠାରୁ କଳା ବ୍ୟାଚ ପିନ୍ଧି ଆନ୍ଦୋଳନାତ୍ମକ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି | ଆଗକୁ ଯଦି 12 ଦଫା ଦାବି ପୂରଣ ନହୁଏ ତେବେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ସଙ୍ଘ ଚରମ ବାଣୀ ଶୁଣାଇଛି |ଦେଖାଯାଉ ନର୍ସିଂ ଅଫିସର ମାନଙ୍କ ନାର୍ଯ୍ୟ ଦାବିକୁ ସରକାର କେବେ ପୂରଣ କରୁଛନ୍ତି |ସରକାର ଏବଂ ପ୍ରଶାସନ ଉଭୟ ଏହାକୁ ଗୁରୁତର ସହ ବିଚାର କରି ଓଡ଼ିଶା ନର୍ସିଂ କର୍ମଚାରୀ ସଙ୍ଘ ସହିତ ତୁରନ୍ତ କଥା ବାର୍ତ୍ତା କରି ସମାଧାନର ପନ୍ଥା ବାହାର କରନ୍ତୁ ନଚେତ ସ୍ୱାସ୍ଥ୍ୟ ସେବାରେ ବିଭ୍ରାଟ ଦେଖା ଦେବ