ଜିଲ୍ଲାସ୍ତରୀୟ ଫାଇଲେରିଆ, ଡେଙ୍ଗୁ ଓ ସାମୁହିକ ବାତଜ୍ୱର ନିରାକରଣ ନିମନ୍ତେ ଆନ୍ତଃ ସମନ୍ୱୟ କମିଟି ବୈଠକ

0


ଢେଙ୍କାନାଳ : ଜିଲ୍ଲାରେ ସାମୁହିକ ଫାଇଲେରିଆ ଔଷଧ ସେବନ, ଡେଙ୍ଗୁମୁକ୍ତ ପାଇଁ ଅନ୍ତଃ ଜିଲ୍ଲା ସମନ୍ୱୟ ସଚେତନ ତା କମିଟି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗ ଦେଇଥିଲେ l ଆସନ୍ତା ଅଗଷ୍ଟ ମାସ ଦଶ ତାରିଖଠାରୁ ଉଣେଇଶ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ
ଔଷଧ ମାତ୍ରାଗୁଡିକୁ ଶତପ୍ରତିଶତ ହାରରେ ସେବନ କରି ଜିଲ୍ଲାକୁ ଡେଙ୍ଗୁମୁକ୍ତ ସହ ସମସ୍ତ ଜିଲ୍ଳାବାସୀ ସୁସ୍ଥ ନିରୋଗ ରହିବା ପାଇଁ ଜିଲ୍ଲପାଳ ଆହ୍ୱାନ କରିଥିଲେ l ଜିଲ୍ଲାମୁଖ୍ୟ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାସ, ସମସ୍ତସ୍ଵାସ୍ଥ୍ୟ
ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ l ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମନ୍ୱୟ ରକ୍ଷାକରି ସୁସ୍ଥ ଢେଙ୍କାନାଳ ଗଠନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?