୨୪ ଘଣ୍ଟାରେ ୨୨୦୦ ଥର ଭୂମିକମ୍ପ

0

ଲଣ୍ଡନ : ଉତ୍ତର-ପଶ୍ଚିମ ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୦୦ରୁ ଅଧିକ ଭୂମିକମ୍ପ ରେକର୍ଡ କରାଯାଇଛି। ଫଳରେ ସମଗ୍ର ଦେଶ ଆତଙ୍କିତ ହୋଇପଡ଼ିଛି । ଆଇସଲାଣ୍ଡର ରାଜଧାନୀ ରେକ୍ଜାଭକି ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ (କମ୍ପନ) ଅନୁଭୂତ ହୋଇଛି। ଆଇସଲ୍ୟାଣ୍ଡ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍ଓ) ସତର୍କ କରାଇ ଦେଇଛି ଯେ ଗତ ୩ ଦିନରେ ମୋଟ ୪୭୦୦ ଥର ଭୂମିକମ୍ପ ହୋଇଛି । ଏସବୁ ଭୂମିକମ୍ପର ହାରାହାରି ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଛି । ଏହା ଖୁବ୍ ଶୀଘ୍ର ଆଗ୍ନେୟଗିରି ବିସ୍ଫୋରଣ ହେବାର ସଙ୍କେତ ପ୍ରଦାନ କରୁଛି ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆଇଏମଓ କହିଛନ୍ତି ଯେ ମାଉଣ୍ଟ ଫାଗ୍ରାଡାସଫିଏଲ ତଳେ ଅପରାହ୍ଣ ପ୍ରାୟ ୪ଟା ବେଳେ ଭୂମିକମ୍ପ ଆରମ୍ଭ ହୋଇଥିଲା। ଏହି ପର୍ବତଟି ଏକ ଆଗ୍ନେୟଗିରି ଉପରେ ଅବସ୍ଥିତ ଯେଉଁଠାରେ ଗତ ଦୁଇ ବର୍ଷ ମଧ୍ୟରେ ଦୁଇଟି ବିସ୍ଫୋରଣ ଦେଖିବାକୁ ମିଳିଛି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?