ବିପର୍ଯୟ ପ୍ରଶମନ ପ୍ରସ୍ତୁତିରେ ପ୍ରଶାସନ ବିଫଳ : କୃତ୍ରିମ ବନ୍ୟାରେ କ୍ଷତିଗ୍ରସ୍ତ ରାଜରାସ୍ତା 55କଡର ଦୋକାନ ବଜାର
ଢେଙ୍କାନାଳ : ଢେଙ୍କାନାଳ ଜାତୀୟ ରାଜପଥ 55 ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଧନ ଜୀବନ ହାନୀ ନିତିଦିନିଆ ଘଟଣା l ଢେଙ୍କାନାଳ ଜିଲ୍ଲା ଓଡାପଡା ଅଞ୍ଚଳବାସୀ ସଦାସର୍ବଦା କୃତ୍ରିମ ବିପର୍ଯୟର ଶିକାର ହୋଇ କେତେବେଳେ ଜୀବନ ସହ ଧନ ହାନୀ ଆଉ କେତେବେଳେ ସାମୁଦ୍ରିକ ଢେଉଭଳି ଧୂଳିପାଉଁଶ ଢେଉରେ ବୁଡ଼ପରି ସ୍ୱର୍ଗଯାତ୍ରା କରିଥିବାର ଦୃଶ୍ୟ ଦେଖିବାକୁ ବାକିନାହିଁ l ଏବେ ମୌସୁମୀର ପ୍ରଥମ ଛୁଆଁରେ ନଦିପୋଖରୀ ନପୂରୁଣୁ ରାଜରାସ୍ତା 55ପାର୍ଶ୍ଵରେ କୃତ୍ରିମ ବନ୍ୟା ଗାଁ ଗଣ୍ଡା, ଦୋକାନ ବଜାରର ଅବସ୍ଥା ବେହାଲ l ଆମେ ଏକଥା କହୁନୁ ଢେଙ୍କାନାଳ ଜିଲ୍ଲା ଓଡାପଡା ଅଞ୍ଚଳ ନିମବହାଳି ଛକର ଜଳମଗ୍ନ ଅବସ୍ଥାର ଦୃଶ୍ୟ କହୁଛି l ରାଜରାସ୍ତା ପାର୍ଶ୍ଵରେ ଜଳନିଷ୍କାସନ ବ୍ୟବସ୍ଥା ହୋଇନଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ରାସ୍ତାର ପାଣି ପସି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟିକ ସାମଗ୍ରୀ ନଷ୍ଟ ହୋଇଯାଇଛି l ଏଭଳି ବିପର୍ଯୟ ସମୟରେ ଅଗ୍ନିଶମ ବାହିନୀ ଅସ୍ଥାୟୀ ଭାବେ ଜଳନିଷ୍କାସନ କରିଥିବା ବେଳେ ଲଘୁଚାପ ଓ ମୌସୁମୀର ମିଳିତ ବର୍ଷା ଦାଉ ସାଙ୍ଗକୁ ରାଜରାସ୍ତା 55ର ଜଳନିଷ୍କାସନ ଅବ୍ୟବସ୍ଥା ଅଞ୍ଚଳବାସୀ ଆତଙ୍କିତ l ବିଗତ ଦିନରୁ ଜନସାଧାରଣଙ୍କ ଠାରୁ ଜନପ୍ରତିନିଧିମାନେ ରାଜରାସ୍ତାରେ ବାରମ୍ବାର ଆନ୍ଦୋଳନ କରି ସମସ୍ୟାକୁ ଉଥାପନ କରିଥିଲେ ମଧ୍ୟ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜି କୁମ୍ଭକର୍ଣ୍ଣ ଭଳି ଶୋଇରହିଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି l ଢେଙ୍କାନାଳ ଓ ଅନୁଗୋଳ ଦୁଇଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ମାସିକ ପ୍ରଗତି ସମୀକ୍ଷାର ନିଷ୍ପତ୍ତି ହୋଇଥିଲେ ମଧ୍ୟ୍ୟ ପ୍ରଗତି ସାମ୍ନାକୁ ଆସୁନାହିଁ l ଏବେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି l ଦେଖିବାକୁ ବାକି ରହିଲା ପ୍ରଶାସନ ସମସ୍ୟାଗୁଡିକ କେବେ ସମାଧାନ କରୁଛି?