ପଲ୍ଲୀର ଓଡ଼ିଆ ସେବିକା ଦିଲ୍ଲୀରେରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ
ଢେଙ୍କାନାଳ : ଓଡାପଡା ଅଞ୍ଚଳ ବଳରାମ ପ୍ରସାଦ (ଗୋଡ଼ିଡ଼ିହ)ର ବିଦ୍ୟାଧର ସାହୁଙ୍କ ଝିଅ ତୁଳସୀ ଦୁଇପତ୍ରର ବାସ ଭଳି ଗାଁ ସରକାରୀ ବିଦ୍ୟାଳୟ ଓ ବଳରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ ଭାବେ ଅଞ୍ଚଳର ଗୌରବ ରଖି ସେବାକ୍ଷେତ୍ରରେ ଯୋଗଦେଇ ଚାଇଁପୁର ପାଟଣାର ପତିତପାବନ ସାହୁଙ୍କୁ ବିବାହ କରିଥିଲେ l ଛାତ୍ରୀ ଜୀବନରୁ ସେବାଶୀଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲେ l ଯେତେବେଳେ ମହାମାରୀ କରୋନା ବିଶ୍ୱବାସୀଙ୍କୁ ଆତଙ୍କ ଆଣିଥିଲା ସେତେବେଳେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର
ICU ରେ ମୁଖ୍ୟ ନର୍ସିଙ୍ଗ ଅଧିକାରୀ ଭାବେ ଉତ୍ତମ ସେବା ପ୍ରଦାନ କରି କରୋନା ଭଳି ସଙ୍କଟ ସମୟରେ ରାଷ୍ଟ୍ରର ସୁରକ୍ଷା ଦିଗରେ ଉତ୍ତମ ଢଙ୍ଗରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ l ଫଳସ୍ୱରୂପ ସର୍ବଭାରତୀୟ ସ୍ତରରେ ଜଣେ ସର୍ବଶ୍ରେଷ୍ଠ ସେବିକା ଭାବେ ଓଡ଼ିଶାର ମାନ ରଖିଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କ ଦ୍ୱାରା ସମ୍ମାନିତ ହୋଇ ସମଗ୍ର ଓଡ଼ିଆ ଜାତିର ମାନ ରଖିଥିବାରୁ ସମଗ୍ର ଓଡ଼ିଶାବାସୀ ସେବିକା ସେବତୀଙ୍କ ପାଇଁ ଗର୍ବିତ l ଓଡାପଡା ଅଞ୍ଚଳବାସୀ ସେବତୀଙ୍କ ମଙ୍ଗଳ କାମନା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l