ମହାନଦୀକୁ ପାଣି ଛାଡିଲା ଛତିଶଗଡ଼

0

ଝାରସୁଗୁଡ଼ା : ଚଳିତ ମୌସୁମୀ ଋତୁରେ ଛତିଶଗଡ଼ ପ୍ରଥମ କରି ମହାନଦୀକୁ ପାଣି ଛାଡ଼ିଛି । ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ଛତିଶଗଡ଼ର ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ମହାନଦୀର ଓଡ଼ିଶା ପାର୍ଶ୍ୱ ଟାଙ୍ଗରା ଭୂଇଁ ପାଲଟିଥିଲା। ତେବେ ଅଚାନକ ଭାବେ ଛତିଗଗଡ଼ ସରକାର କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ମହାନଦୀକୁ ଜଳ ଛାଡ଼ିଛି। ଫଳରେ ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଝାରସୁଗୁଡ଼ା ଅନ୍ତର୍ଗତ ଲଖନପୁର ବ୍ଲକର ଶୁଖାସୋଢା, ଶରଧା ଘାଟ ଆଦି ସ୍ଥାନରେ ଜଳ ପ୍ରବାହିତ ହେଉଛି। କେବଳ କଲମା ବ୍ୟାରେଜରୁ ନୁହେଁ ବରଂ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମ୍‌ରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ହୋଇନଥିବା ବେଳେ କଲମା ବ୍ୟାରେଜ ଦେଇ ଜଳ ଛାଡ଼ିବା ନେଇ ସଂଶୟ ସୃଷ୍ଟି ହୋଇଛି।ଗତବର୍ଷ ତୁଳନାରେ ଚଳିତ ଜୁନ ମାସରେ ଛତିଶଗଡ଼ରେ ୯୬ ପ୍ରତିଶତ କମ୍ ବୃଷ୍ଟିପାତ ରେକର୍ଡ ହୋଇଛି। ଆସନ୍ତା ଜୁନ ୨୫ ଯାଏ ଛତିଶଗଡ଼କୁ ମୌସୁମୀ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତକାଲିଠାରୁ ମହାନଦୀ ଉପରମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି। ମହାନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୭୫ ମିମି ବର୍ଷା ରେକର୍ଡ କରାଯାଇଛି। 


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?