ଶୁଣିଲାନି ପ୍ରଶାସନ : ପଡାବାସୀ ନିଜେ ରସ୍ତା ନିର୍ମାଣ କଲେ

0

ସମ୍ବଲପୁର : ପ୍ରଶାସନ ପକ୍ଷରୁ ଗ୍ରାମରେ ଦୂରରେ ଥିବା ଏକ ଘରକୁ କିମ୍ବା ପୋଖରୀକୁ କଙ୍କ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ଜନବସତିପଡାକୁ କଂକ୍ରିଟରାସ୍ତା ହେଉ ନଥିବା ଅଭିଯୋଗ ହେଉଛି l ସୂଚନାରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ ଗୁଗୁଆ ଗ୍ରାମର ବେହରା ପଡାବାସୀ ପଲ୍ଲୀସଭା ଓ ଗ୍ରାମସଭାରେ ପଡାକୁ କଂକ୍ରିଟ ରାସ୍ତା ପାଇଁ ବାରମ୍ବାର ପ୍ରସ୍ତାବ ଦେବା ସହିତ ବାରମ୍ବାର ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିବାବେଳେ ରେଢାଖୋଲ ବିଧାୟକଙ୍କୁ ଅବଗତ କରାଯାଇଥିଲେ ମଧ୍ଯ କୌଣସି ସୁଫଳ ନ ମିଳିବାରୁ ଶେଷରେ ବାଧ୍ଯ ହୋଇ ଗୁଗୁଆ ଗ୍ରାମର ବେହେରା ପଡାବାସୀ ନିଜସ୍ବ ଖର୍ଚ୍ଚରୁ ବର୍ଷା ଦିନ ଆସିବା ପୂର୍ବରୁ ନିଜ ପଡାରେ ମୋରମ ବିଛାଇ ରାସ୍ତା ନିର୍ମାଣ କରିଥିବା ଜଣାପଡିଛି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?