ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଗୁଳିମାଡ଼
ଯାଜପୁର : କମ୍ ଇନଫ୍ରା ପ୍ରାଇଭେଟ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଗୁଳିମାଡ଼ ହୋଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ତାଙ୍କ ନାଁ ସ୍ରାବନା । ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ରାବନାଙ୍କ ଉପରେ ଗୁଳି ଚଳାଇଥିବା ହୃଦାନନ୍ଦ ମିଶ୍ରଙ୍କୁ ପୁଲିସ ଅଟକ ରଖିଛି । ହୃଦାନନ୍ଦ ନିଜ ଜମି ସମତୁଲ କରିବା ପାଇଁ ସ୍ରାବନାଙ୍କ ନିକଟରୁ ଜେସିବି ମେସିନ ନେଇଥିଲେ । ଗତକାଲି ସେ ଜେସିବି ମେସିରେ ନିଜ ଜମି ସମୁତୁଲ କରୁଥିଲେ । ଏହି ସମୟରେ ସ୍ରାବନା ଆସି ଜେସିବି ମେସିନ ମାଗିଥିଲେ । ହେଲେ ହୃଦାନନ୍ଦ କାମ ନ ସରିବା ଯାଏ ଜେସିବି ମେସିନ ଦେବେ ନାହିଁ ବୋଲି କହିଥିଲେ । ଏନେଇ ହୃଦାନନ୍ଦ ଓ ସ୍ରାବନାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ହୃଦାନନ୍ଦ ଉତ୍ତ୍ୟକ୍ତ ହୋଇ ନିଜ ପକେଟରୁ ବନ୍ଧୁକ ଗାଡ଼ି ସ୍ରାବନା ଉପରେ ଗୁଳି ଚଳାଇଥିଲେ । ପରେ ହୃନ୍ଦାନନ୍ଦ ଘଟଣାସ୍ଥଳରୁ ପଳାଇଥିଲେ । ସ୍ଥାନୀୟ ଲୋକେ ସ୍ରାବନାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ପହଞ୍ଚି ହୃଦାନନ୍ଦଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ଏହାସହ ହୃଦାନନ୍ଦଙ୍କ ପାଖରୁ ଏକ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି।