ମାଙ୍କଡ଼ ଆକ୍ରମଣରେ ୫ ଏନ୍ଡିଆରଏଫ୍ ଯବାନ ଆହତ
କଟକ: କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାଟାଲିୟନ ପରିସରରେ ଦୁଇଦିନ ହେବ ମାଙ୍କଡ଼ ଆତଙ୍କ ଦେଖା ଦେଇଛି। ଗୋଟିଏ ମାଙ୍କଡ଼ ୫ ଜଣ ଏନ୍ଡିଆରଏଫ ଯବାନଙ୍କୁ କାମୁଡ଼ି ଥିବା ଅଭିଯୋଗ ହୋଇଛି। ଆହତ ଯବାନ ମାନଙ୍କର ଚିକିତ୍ସା ଚାଲିଛି।
ଆକ୍ରମଣ କରିଥିବା ହନୁ ମାଙ୍କଡ଼ଟି ପାଗଳ ହୋଇଯାଇଛି ବୋଲି କୁହାଯାଉଛି। ଘଟଣା ସଂପର୍କରେ ଏନ୍ଡିଆରଏଫ କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଡମପଡ଼ା ବନାଞ୍ଚଳ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିଛନ୍ତି। ସେମାନେ ମାଙ୍କଡ଼କୁ ଧରିବା ପାଇଁ ଏନ୍ଡିଆରଏଫ କ୍ୟାମ୍ପ ପରିସରରେ ଏକ ଯନ୍ତା ବସାଇଛନ୍ତି।