ଦୁର୍ନୀତିରେ ସଂପୃକ୍ତ ଥିବା ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ୧୯ରେ ସଦର ବ୍ଲକ ଘେରାଉ

0

କିଶୋରନଗର : କଟକ ସଦର ବ୍ଲକ ଦୁର୍ନୀତିର ଗନ୍ତାଘର ପାଲିଟିଛି l ସରକାର ଖାଲି 5-ଟି’ର ଡିଣ୍ଡିମ ପିଟୁଛି, ହେଲେ ଏଠି ସବୁ ସଲା ସୁତରାରେ ଚାଲିଛି l ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଵିଡିଓ ଓ ଅନ୍ୟ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ କାହିଁକି? ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଖାଲି କୋଟିପତି ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ ନୁହେଁ ତାଙ୍କ ସହିତ ବ୍ଲକର ସମସ୍ତ ଅଧିକାରୀ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି l ଉତ୍କଳ ବିକାଶ ପରିଷଦର ସଭାପତି ତାଙ୍କ ସହିତ ଜଣେ ସମାଜସେବୀ ଇଂ ପ୍ରକାଶ ଚନ୍ଦ୍ର ସେଠି ବ୍ଲକରେ ହୋଇଥିବା ଦୁର୍ନୀତିକୁ ବିରୋଧ କରି ଆସନ୍ତା ୧୯ରେ କଟକ ସଦର ବ୍ଲକ ଘେରାଉ କରାଯିବ ବୋଲି ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?