ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ

0

ବେତନଟୀ ସଦର: ରବିବାର ସକାଳ ବୈଶିଙ୍ଗା ପାଇଁ ଅଶୁଭ ସକାଳ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଇଲାକାରେ ପୃଥକ ପୃଥକ ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି। ବୈଶିଙ୍ଗା-ରୁପସା ରାସ୍ତାରେ ମହୁରୀ ଗ୍ରାମର କଣ୍ଡରୁ ଓରଫ ସର୍ବେଶ୍ବର ରଣା(୭୨)ଙ୍କୁ ଏକ ଡମ୍ଫର ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ବୈଶିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରନ୍ତି। ସ୍ବର୍ଗତ ସର୍ବେଶ୍ବର ପ୍ରତିଦିନ ଭଳି ବଡ଼ି ସକାଳୁ ସାଢେ ୪ଟା ପାଖାପାଖି ସମୟରେ ନିଜ ଡିଉଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ମହୁରୀ ଛକ ଉପକଣ୍ଠ ବାଲାଜୀ ମୁଢି ଫାକ୍ଟ୍ରି ସମ୍ମୁଖରେ ରୁପସା ପଟୁ ଦ୍ରୁତଗତିରେ ଆସୁଥିବା ଡମ୍ଫରଟି ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ସେହିଭଳି ଅନ୍ୟ ଏକ ଘଟଣାରେ ହାତୀଝୁରୀ ଗ୍ରାମ ନିକଟରେ ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ ଧକ୍କାରେ ଜଣେ ଅପରିଚିତ ଯୁବକଙ୍କ ମୃତ୍ୟ ଘଟିଛି। ଟ୍ରେନ ଆସୁଥିବା ସମୟରେ ଯୁବକଜଣଙ୍କ ସମ୍ମୁଖକୁ ଡେଇଁ ପଡିଥିବାର ଟ୍ରେନର ଡ୍ରାଇଭର ପ୍ରକାଶ କରିଥିଲେ। ଉଭୟ ଘଟଣାରେ ଯଥାକ୍ରମେ ବୈଶିଙ୍ଗା ଓ ରେଳବାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?