ଚିମିନୀ ଇଟାଭାଟି ମାଲିକଙ୍କ ମନମୁଖୀ କାର୍ଯ୍ୟ : ନିଦାବିଷ୍ଣୁ ସାଜିଛି ପ୍ରଶାସନ
ତ୍ରିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ତ୍ରିର୍ତ୍ତୋଲ ବ୍ଲକ ଅଞ୍ଚଳରେ 10ରୁ ଅଧିକ ଚିମିନୀ ଇଟା ଭାଟିରେ ପ୍ରତିଦିନ ଲକ୍ଷାଧିକ ଇଟା ପୋଡାଚାଲିଛି |ଏହି କାର୍ଯ୍ୟରେ 14 ବର୍ଷରୁ କମ ବୟସର ଶ୍ରମିକ ନିୟୋଜିତ ହୋଇଛନ୍ତି ଯାହାକି ପୂରାପୂରୀ ଭାବେ ନିୟମ ବିରୁଦ୍ଧ | ନିୟୋଜିତ ହୋଇଥିବା ଶ୍ରମିକମାନଙ୍କର କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ | ଶ୍ରମିକମାନଙ୍କର କାର୍ଯ୍ୟର ସମୟ ନିର୍ଦ୍ଧାରିତ ନାହିଁ, ଯାହାକି ସେମାନେ ଏହି 42 ଡିଗ୍ରୀ ଉତ୍ତାପରେ କାର୍ଯ୍ୟ କରୁଛନ୍ତି | ଆହୁରି ମଧ୍ୟ ଦେଖିବାକୁ ମିଳୁଛି ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ହେଉଛି | ଏହା କେବଳ ସମ୍ଭବ ହୋଇପାରୁଛି ତହସିଲ ପ୍ରଶାସନ ଏବଂ ଇଟା ମାଫିଆଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ହେତୁ | ବହୁ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାନ୍ତୁ | ଏ ଅଞ୍ଚଳର ଲୋକମାନେ ଅତ୍ୟଧିକ ଉତ୍ତାପ ପାଇଁ ଅତିଷ୍ଠ ହେବାର ମୁଖ୍ୟ କାରଣ ଚିମିନୀରୁ ନିର୍ଗତ ହେଉଥିବା ଧୂଆଁ ଏବଂ ଉତ୍ତାପ | ତେଣୁ ସେଠାକାର ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କ ମତ ଏହା ଉପରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ, ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇଵା ପାଇଁ ଚେତାବନୀ ଦେଇଛନ୍ତି |