ଆଜି ପହିଲି ରଜ
ସରିଲା ସଜବାଜ। ଆସନ୍ତକାଲି (ବୁଧବାର) ପହିଲି ରଜ। ଓଡ଼ିଶାର ଏହି କୃଷିଭିତ୍ତିକ ପୂର୍ବକୁ ନେଇ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଏହି ପର୍ବ କେବଳ ଉପକୂଳବର୍ତ୍ତୀ ଓଡ଼ିଶାରେ ସୀମିତ ହୋଇ ରହି ନାହିଁ। ପ୍ରତିବର୍ଷ ପରି ଚଳିତ ଥର ରଜ ପର୍ବର ପରମ୍ପରାକୁ ନିଆରା ଢ଼ଙ୍ଗରେ ପାଳନ କରି ଉଜ୍ଜୀବିତ କରି ରଖିବାକୁ ପ୍ରୟାସ ଜାରି ରଖିଛି ସହରର କେତେକ ପ୍ରମୁଖ ସାଂସ୍କୃତିକ,ସାମଜିକ ଓ ମହିଳା ସଙ୍ଗଠନ। ଏଥିପାଇଁ ସଙ୍ଗଠନଗୁଡ଼ିକ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷ କରି ସହର ରହୁଥିବା ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରଥମେ ଓଡ଼ିଆ ଘରେ ଚାଲିଛି ରଜସ୍ବ ସ୍ବତନ୍ତ୍ର ଆକର୍ଷଣ ସାଜିଥିବା ପୋଡ ପିଠାର ପ୍ରସ୍ତୁତି। ପୋଡ ପିଠା ସାଙ୍ଗକୁ ପ୍ରସ୍ତୁତି ହେଉଛି କାକରା, ଆରିସା ପିଠା। ପହିଲି ରଜରୁ ଶେଷ ରଜ ପର୍ଯ୍ୟନ୍ତ ସବୁଠି ମହକିବ ପୋଡ ପିଠା, ଆରସି ପିଠା, ରଜ ପାନର ବାସ୍ନା। କେବଳ ସାମାଜିକ, ସାଂସ୍କୃ୍ତିକ ଓ ମହିଳା ସଙ୍ଗଠନ ନୁହନ୍ତି ବରଂ ସହରର ପାନ୍ଥ ନିବାସ ଏବଂ ଅନ୍ୟ କେତେକ ଓଡ଼ିଆ ହୋଟେଲରେ ରଜ ଉତ୍ସବ ଉପଲକ୍ଷେ ହୋଇ ସ୍ବତନ୍ତ୍ର ପୋଡ ପିଠା, ଆରିସା, ଚକୁଳି ଓ ଘୁଘୁନି। ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ହୋଇଛି ସ୍ବତନ୍ତ୍ର ଦୋଳି। ରଜ ଗୀତ ସାଙ୍ଗକୁ ପୋଡ ପିଠା, ରଜ ପାନର ମଜା ଉଠାଇବେ ସହରବାସୀ।