ପାକିସ୍ତାନ ଲିଙ୍କ, ମହିତମାରୁ ଜଣେ ଗିରଫ

0

ନୟାଗଡ଼,୯l୬ (ସା.ଆ.ମି ): ନୂଆଗାଁ ଥାନା ମହିତମାରୁ ଜଣେ ଯୁବକ ପାକିସ୍ତାନ ଲିଙ୍କରେ ଥିବା ନେଇ ଗିରଫ ହୋଇଛନ୍ତି l ସୂଚନା ଥାଉକି,ମହିତମା ଗ୍ରାମର ପ୍ରଦ୍ୟୁମ୍ନ ସାହୁ ଜିଓ ଏବଂ ଆଇ ଡି ଆର୍ ସିମ୍ରେ ସେଲ୍ସ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ପ୍ରଦ୍ୟୁମ୍ନ ପ୍ରି- ଆକ୍ଟିଭ କରିଥିବା ସିମ ଓ ପେଟିଏମର ଲିଙ୍କ ଓଟିପି, ଟ୍ରାଞ୍ଜାକ୍ସନ୍ ଓ ସିମକୁ ପାକିସ୍ତାନର କରାଚି, ବାଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ଆଇ ଏସ ଆଇ ଏଜେଣ୍ଟମାନେ ବ୍ୟବହାର କରୁଥିବା ଜଣାପଡ଼ିବା ପରେ ଏସ ଟି ଏଫ ଟିମ୍ ମହିତମା ଆସି ପ୍ରଦ୍ୟୁମ୍ନଙ୍କୁ ଗିରଫ କରିଥିବା ଜଣାପଡିଛି। ପାକିସ୍ତାନ ଲିଙ୍କରେ ପୂର୍ବରୁ ଦଶପଲ୍ଲା ଏବଂ ଇଟାମାଟି ଥାନା ଅଞ୍ଚଳରୁ ଦୁଇଜଣ ଗିରଫ ହୋଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?