ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର

0

ବ୍ୟାସନଗର, ୮/୬: ଗୁରୁବାର ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଯାଜପୁର କେନ୍ଦୁଝର ରୋଡ ରେଳଷ୍ଟେସନ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ଗତ କାଲି ଅପରାହ୍ନ ୪.୨୦ ସମୟରେ ରେଳ ଧାରଣାରେ କୋରେଇ ଅଞ୍ଚଳର କେତେକ ଶ୍ରମିକ କାମ କରୁଥିବା ସମୟରେ ଘୂର୍ଣ୍ଣିଝଡ ଆରମ୍ଭ ହୋଇଥିଲା । ନିଜକୁ ବଞ୍ଚାଇବା ପାଇଁ ଦୀର୍ଘ ଦିନରୁ ରେଳ ଧାରଣାରେ ରହିଥିବା ଲକ୍ ବିହୀନ ରେଳଡବା ତଳେ ଆଶ୍ରୟ ନେଇଥିଲେ । ଇତିମଧ୍ୟରେ ପ୍ରବଳବର୍ଷା ଓ ପବନ ଦେବାରୁ ରେଳ ଡବାଗୁଡ଼ିକ ଶ୍ରମିକମାନଙ୍କ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଦୁଇଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତକଙ୍କୁ ୧୫ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଯୋଗାଇଦେବା, ମୃତକଙ୍କ ପରିବାରରୁ ଜଣକୁ ରେଳ ବିଭାଗରେ ନିଯୁକ୍ତି ଦେବା, ରେଳ ସେବାର ଘରୋଇକରଣ ବନ୍ଦ କରିବା, ରେଳ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଅବିଳମ୍ବେ ପୂରଣ କରିବା ଓ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ଗୋପବନ୍ଧୁ ଛକରୁ ବାହାରି ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଏସୟୁସିଆଇ (କମ୍ୟୁନିଷ୍ଟ)ଓଡ଼ିଶା ରାଜ୍ୟ କମିଟି ସଭ୍ୟ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ରାଜ୍ୟ କମିଟି ସଭ୍ୟ ସୁବାସ ମଲ୍ଲିକ, ଜିଲ୍ଲା କମିଟି ସଭ୍ୟ ଚୈତନ୍ୟ ମହାରଣା, ନିରୁପମା ବେହେରା ଓ ବିଚିତ୍ର ଦାସ ବକ୍ତବ୍ୟ ରଖିଥିଲେ । ସଭା ସ୍ଥଳରୁ ରାଜ୍ୟ କମିଟି ସଭ୍ୟ କେଦାରନାଥ ସାହୁଙ୍କ ନେତୃତ୍ୱରେ ଜିଲ୍ଲା କମିଟି ସଭ୍ୟ ସୁଲୋଚନା ପ୍ରଧାନ ,ପ୍ରଶାନ୍ତ ସ୍ୱାଇଁ,ମନୋଜ ସେଠୀଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଷ୍ଟେସନ ମାଷ୍ଟରଙ୍କୁ ପ୍ରଦାନ କରିଥିଲେ ।ସେଠାରୁ ଶୋଭାଯାତ୍ରା କଳିଙ୍ଗନଗର ଉପ ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ଯାତ୍ରା କରିଥିଲା ଓ ଏକ ପ୍ରତିନିଧି ମଣ୍ଡଳୀ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର କଳିଙ୍ଗ ନଗର ଏଡିଏମଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶରତ ଜେନା, ନିଗମାନନ୍ଦ ଦାସ, ନିରଞ୍ଜନ ସାମଲ, ପ୍ରଶାନ୍ତ ମଲ୍ଲିକ, ବାବୁରାମ ମଲ୍ଲିକ, ମଧୁସୂଦନ ସେଠୀ ଆଦି ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?