ଧର୍ମଘଟରେ ଡାକସେବକ ଡାକସେବା ଠପ

0

ଓଡାପଡା ତା 12.12.23(ସା ଆ ମି )ଦେଶବ୍ୟାପି ଡାକସେବକ ମାନଙ୍କର ଧର୍ମଘଟ ଚାଲିଥିବାବେଳେ ହିନ୍ଦୋଳରୋଡ଼ ଡାକଘର ସମ୍ମୁଖରେ ଅଞ୍ଚଳର ଡାକସେବକ ମାନେ ଧାରଣାରେ ଦେଇଛନ୍ତି! ସୂଚନା ଅନୁଯାଇ ଅଖିଳଭାରତ ଗ୍ରାମୀଣ ଡ଼ାକସେବକ ସଙ୍ଘ (ଓଡିଶା ସର୍କଲ )
ସମ୍ପାଦକ ଶ୍ରୀଯୁକ୍ତ ଗୌତମ ଦାସ ଓ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦାସଙ୍କ ଆହ୍ୱାନରେ ରାଜ୍ୟର ବିଭିନ୍ନ ଡାକସେବା କେନ୍ଦ୍ର ସମ୍ମୁଖରେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ଧର୍ମଘଟ ଜାରିରହିବ! ଦେଶରେ ଏକସହଷାଠିଏ ବର୍ଷ ଧରି ସେବା ଯୋଗାଇ ଆସୁଥିବା ସେବକମାନେ ପାଞ୍ଚଦଫା ଦାବିନେଇ ଧର୍ମଘଟକୁ ଓଲ୍ହାଇଥିବାର ଜଣାପଡିଛି! ସେହି ଦାବି ଗୁଡିକ 1. କାର୍ଯ୍ୟନିର୍ଘଣ୍ଟ ସମୟ ଆଠ ଘଣ୍ଟା ରଖା ଯାଉ! 2.ବାରବର୍ଷରେ ଥରେ ଆର୍ଥିକ ଓ ପଦୋନ୍ନତି ର ସୁପାରିଶ କୁ କାର୍ଯ୍ୟକାରୀ କରାଯିବା! 3. ସ୍ୱାସ୍ଥ୍ୟବୀମା ପାଞ୍ଚଲକ୍ଷପ୍ରଦାନ 4. ପେନସନ, ଗ୍ରାଚୁଇଟି, ସେବେ୍ରାନ୍ସ ଆଲାଉନସ ପାଞ୍ଚଲକ୍ଷ୍.5. ଟାର୍ଗେଟ ନାଁରେସେବକ ମାନଙ୍କୁ ଅଧିକାରୀ ଙ୍କ ଜୁଲମ କୁ ରୋକ ଲଗାଯାଉ!ଏଇଭଳି ପଞ୍ଚଦଫା ଦାବିନେଇ ଡାକସେବକ ମାନେ ଧର୍ମଘଟ କରିଛନ୍ତି ଧର୍ମଘଟ ଦୁର୍ଯ୍ୟୋଧନ ସାହୁ, ଭବାନୀ ଶଙ୍କର ସାହୁ ଙ୍କ ନେତୃତ୍ୱନେଇଥିବା ବେଳେ ଅଞ୍ଚଳ ର ଡାକସେବକ ମାନେ ସହଯୋଗ କରିଛନ୍ତି! ଦେଖାଯାଉ ସରକାର ଡାକସେବକ ମାନଙ୍କ ଦାବିକୁ କେତେ ଗୁରୁତ୍ୱ ଦେଉଛନ୍ତି ଓ କେବେ ସେବକମାନଙ୍କୁ କାର୍ଯ୍ୟକୁ ଫେରାଇ ଆଣୁଛନ୍ତି? ଓଡାପଡାରୁ ଜିତେନ୍ଦ୍ର କୁମାର ଧୀର ସାରଆକାଶ.


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?