ଚମ୍ପା ଘାଟରୁ ବାଲି ଚୋରି ଚାଲାଣର ଅଭିଯୋଗ
କଟକ ଜିଲ୍ଲା କିଶୋରନଗର ତହସିଲ ଅଧିନସ୍ଥ ଚମ୍ପା ବାଲି ଘାଟରୁ ପ୍ରତିଦିନ ଶହ ଶହ ଟ୍ରାକଟର ଯୋଗେ ବାଲି ଚୋରୀ ଚାଲାଣ ଚାଲିଛି କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଛି | ଏହାର ଫାଇଦା ସ୍ଥାନୀୟ ଜଣେ କି ଦୁଇ ଜଣ ବ୍ୟକ୍ତି,ଏହି ବାଲି ଚୋରା ଚାଲାଣ ରାକେଟରେ ସମ୍ପୃକ୍ତ ଅଛନ୍ତି ଏହା ତଦନ୍ତ ସାପେକ୍ଷ | ଆହୁରି ମଧ୍ୟ ଅଭିଯୋଗ ଶୁଣିବାକୁ ମିଳୁଛି ସେହି ସ୍ଥାନୀୟ ବ୍ୟକ୍ତି ପ୍ରତି ଟ୍ରାକଟର ପିଛା ୧୫୦ଟଙ୍କା ରଖୁଛନ୍ତି ଯାହା ପୁରା ପୁରି ନିୟମ ବିରୁଦ୍ଧ ତାଙ୍କୁ ଏହା କରିବା ପାଇଁ ପ୍ରଶାସନର ଅନୁମତି ଅଛି କି ଯଦି ଅଛି ତେବେ ଖାଲି ରାତିରେ କାହିଁକି ବାଲି ଉଠୁଛି ବୋଲି ସାଧାରଣରେ ଆଲୋଚନା ହେଉଛି | ପ୍ରଶାସନକୁ ବିନମ୍ର ଅନୁରୋଧ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ବାଲି ଚୋରୀ ଚାଲାଣ ଉପରେ ଲଗାମ ଲଗାନ୍ତୁ |