ପର୍ବତ ଆରୋହୀଙ୍କୁ ସମ୍ବର୍ଦ୍ଧିତ କଲେ ଢେଙ୍କାନାଳ ଜିଲ୍ଲାପାଳ

0

ଢେଙ୍କାନାଳ: 27.09.23(ସା ଆ ମି ) ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି ଆଫ୍ରିକାର କିଲମଞ୍ଜରୀ ପର୍ବତର ସଫଳ ଆରୋହୀ ବିଭାରଣୀ ପାତ୍ରଙ୍କୁ ପୁଷ୍ପଗୁଛ ମାନପତ୍ରଦେଇ ସମ୍ବର୍ଦ୍ଧିତ କରିଛନ୍ତି ସୂଚନା ଅନୁଯାଇ 19,341ଫୁଟ/
( ପାଞ୍ଚହଜାର ଆଠଶହ ପଞ୍ଚାନବେ ମିଟର) ଉଚ୍ଚତା ବିଶିଷ୍ଟ ପର୍ବତ ଶୃଙ୍ଗକୁ ଆରୋହଣ କରି ଭାରତୀୟ ତ୍ରିରଙ୍ଗା ଉଡାଇ ସଫଳତାର ସହ ପ୍ରତ୍ୟାବର୍ତନ କରି ଭାରତର ଗୌରବ ରକ୍ଷା କରିଥିବାରୁ ଗତକାଲି ମଧ୍ୟ ଓଡ଼ିଶାର ମହାମହିମ ରାଜ୍ୟ ପାଳ ଗଣେଶି ଲାଲ ରାଜ୍ୟସ୍ତରରେ ବିଭାରାଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ! ବିଭାରାଣୀ ପାତ୍ର ଓଡାପଡା ବ୍ଲକ ଅଞ୍ଚଳ ମେରାମଣ୍ଡଳୀ ଗ୍ରାମର କୃଷ୍ଣପ୍ରସାଦ ପାଟରା ଓ ବିଦ୍ୟୁତପ୍ରଭା ପାଟରାଙ୍କ ଝିଅ! ବାପାଙ୍କ ସ୍ୱଳ୍ପ ଆୟ ପାଖରେ ଝିଅଟିର ଇଛାଶକ୍ତି ହାର ମାନିଥିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟୀ ହୋଇପାରିଛି! ଆଗାମୀ ଭବିଷ୍ୟତରେ ବିଭାରାଣୀ ଋଷିୟାର ଏଲବୃସ ଶୃଙ୍ଗ ଆରୋହଣର ଲକ୍ଷ ରଖିଥିବାର ଜଣାପଡିଛି! ତାଙ୍କର ସଫଳତା ଓ ଉତ୍ତରୋତ୍ତର ଉନ୍ନତିପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠି, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜ ମହାପାତ୍ର ଓ ଉପସ୍ଥିତ ଅଧିକାରୀମାନେ ଈଶ୍ୱରଙ୍କ ନିକଟରେ କାମନାକରିଛନ୍ତି! ଢେଙ୍କାନାଳ ରୁ ଜଗନ୍ନାଥ ନାୟକ ସାରାଆକାଶ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?