ସାଙ୍ଘାତିକ ଅଭିଯୋଗ ଆଣିଲେ କଟକ ବଡ଼ ମେଡିକାଲର ନର୍ସିଙ୍ଗ ଅଫିସରମାନେ
କଟକ ବଡ଼ ମେଡିକାଲ ରେ ଏବେଵି କିଛି ନର୍ସିଙ୍ଗ ଅଫିସର ମାନେ କାର୍ଯ୍ୟ ନକରି ମାସିକ ଦରମା ନେଉଛନ୍ତି ଏହା କେବଳ ସମ୍ଭବ ହେଇପାରୁଛି ନର୍ସିଙ୍ଗ ସୁପରିଡେଣ୍ଟ, ଆସିଷ୍ଟାଣ୍ଟ ସୁପରିଡେଣ୍ଟ ତାଙ୍କ ସହ ମାଳତୀ ତ୍ରିପାଠୀ ନାମକ ନର୍ସିଙ୍ଗ ଅଫିସର ଙ୍କ ପାଇଁ | କାରଣ ନିଜର ସ୍ୱାର୍ଥ ପାଇଁ କିଛି ନର୍ସିଙ୍ଗ ଅଫିସର କଟକ ବଡ଼ ମେଡିକାଲ ରେ ଚାକିରୀ କରିଛନ୍ତି ସତ କିନ୍ତୁ ଅନ୍ୟତ୍ର କାମରେ ନିୟୋଜିତ ଅଛନ୍ତି | ଏହି ତିନି ବ୍ୟକ୍ତି ନିଜସ୍ୱ ଫାଇଦା ପାଇଁ ସେମାନଙ୍କ ସହ ଭିତିରିଆ ଅର୍ଥ କାରବାରର ବୁଝାବଣା ହୋଇଛି ଯାହାର ଅଡିଓ ଏବଂ ଭିଡ଼ିଓର ପ୍ରମାଣ ରହିଛି ଯାହାକୁ ଆବଶ୍ୟକ ପଡିଲେ ମାନ୍ୟବର କୋର୍ଟରେ ଦାଖଲ କରାଯିବ |ମାଳତୀ ତ୍ରିପାଠୀ ଯେଉଁ ସରକାରୀ କ୍ୱାଟରରେ ରହୁଛନ୍ତି ତାହା ସେ ଜାଲିୟତି କରିଛନ୍ତି | କୋରନା ମହାମାରୀ ସମୟରେ କିଛି ପିଲାଙ୍କଠୁ ମୋଟା ଅଙ୍କର ଅର୍ଥ ନେଇ ଚାକରି କରେଇ ଦେବେ ବୋଲି କହି ଠକିଛନ୍ତି | ଆହୁରି ଅଭିଯୋଗ ଅଛି ଯଦି ପ୍ରତିମାସ ଟଙ୍କା ଦେଲେ ତମ ପସନ୍ଦ ହିସାବରେ ଡିଉଟି ଦିଆ ଯାଏ |ଏହି ତିନି ଜଣଙ୍କ ନାମରେ ଖଜିରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ସଦୃଶ୍ୟ | କିନ୍ତୁ ବିଡମ୍ବନାର ବିଷୟ ଏ ସମସ୍ତ ଘଟଣାକୁ ମେଡିକାଲର ସବୁ ବଡ଼ବାବୁ ମାନେ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜୁଛନ୍ତି କାହା ଚାପରେ? ଶୁଣିବାକୁ ମିଳୁଛି କିଛି ବାହୁବଳୀ ବ୍ୟକ୍ତି ଏମାନଙ୍କ ପଛରେ ଅଛନ୍ତି ବୋଲି ଏମାନେ କାହାରିକୁ ଡରନ୍ତି ନାହିଁ |ଏଠି ସରକାର ଖାଲି 5T ର ଡିଣ୍ଡିମ ପିଟୁଛନ୍ତି, ଯଦି ସରକାର ସତରେ ଚାହୁଁଛନ୍ତି ତେବେ ଏମାନଙ୍କ ବିରୁଦ୍ଧରେ ଭିଜିଲାସନ୍ସର ତଦନ୍ତ କରନ୍ତୁ ତାହା ସ୍ପଷ୍ଟ ପ୍ରମାଣିତ ହୋଇଯିବ |