ହିନ୍ଦୋଳ ବ୍ଲକ ଘରୋଇ ବିଦ୍ୟାଳୟ C.O.R ପାଇଁ ଆବେଦନ କରିଵାରେ ବଞ୍ଚିତ ପାଇଁ ଦାୟୀ କିଏ?
ହିନ୍ଦୋଳ ତା 28.08.23(ସା ଆ ମି )ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଘରୋଇ ବିଦ୍ୟାଳୟ ଗୁଡିକ ଚଳିତ ଶିକ୍ଷା ବର୍ଷ ପାଇଁ C.O.R(certificate of Recognised) ପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ମାସ ୩୧ ତାରିଖ ହୋଇଥିଲେ ମଧ୍ୟ ଆବେଦନ କରିବା ପାଇଁ OSEPA ପରିବର୍ତ୍ତେ ଚଳିତବର୍ଷ PSMA side ମାଧ୍ୟମରେ ଆବେଦନ କରାଯାଉଅଛି OSEPA ଦ୍ୱାରା ଥିବା ୟୁଜର୍ ଆଇଡି ଓ ପାସ୍ ୱାର୍ଡ ମାଧ୍ୟମରେ PSMA side ଖୋଲୁ ନଥିବାରୁ ଆବେଦନ କରିହେଉ ନଥିବା କାରଣରୁ ନୂତନ ୟୁଜର୍ ଆଇଡି ଓ ପାସ୍ ୱାର୍ଡ ପ୍ରଦାନ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ନିମବହାଳି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କର୍ତୃପକ୍ଷ ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଶିକ୍ଷା ବିଭାଗ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିନିରାଶହୋଇଥିବାର ଜଣାପଡିଛି!ଏ ବିଷୟରେ ରାଜ୍ୟ ସ୍ତରୀୟ ଅଧିକାରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ ନିମନ୍ତେ ବିଦ୍ୟାଳୟ କର୍ତୃପକ୍ଷ ଙ୍କୁ ପରାମର୍ଶ ରଖିଥିବାବେଳେ ବ୍ଲକ ସ୍ତରରେ ସହଯୋଗ ଶୂନ!ଏଠାରେ ଏକ ପ୍ରଶ୍ନ ଉଠେ ଯେ ଶିକ୍ଷା ବିଭାଗର ଏହିଭଳି କାର୍ଯ୍ୟ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ସେବା ପାଇବେ ନା ବ୍ଲକ ଅନ୍ତର୍ଗତ ଘରୋଇ ବିଦ୍ୟାଳୟ ଗୁଡିକ ସିଧା ସଳଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ହେବ ସ୍ପଷ୍ଟ ହେବା ଦରକାର ଏପାଖରେ ବ୍ଲକ ACRC ଙ୍କ ଚାପ ଶିଘ୍ର C.O.R.ଆବେଦନ କରନ୍ତୁ କହୁଛନ୍ତି ତେଣୁ ଏହିଭଳି ଅସହଯୋଗ ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ଘରୋଇ ବିଦ୍ୟାଳୟ ଗୁଡିକ C.O.R ଆବେଦନ କରିବାରେ ବଞ୍ଚିତ ହେଲାଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଏହି ସମସ୍ୟାର ସମ୍ମୁଖୀନ ହୋଇ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନିମବାହାଳି, ରାଜ୍ୟ ଅତିରିକ୍ତ ନିର୍ଦ୍ଦେଶକ, ସର୍ବଶିକ୍ଷା ଅଭିଯାନ ଓଡ଼ିଶା ଙ୍କ ଦ୍ୱାରସ୍ଥ ହୋଇଥିବା ସୁଚନା ମିଳିଛି। ଆଗାମୀ ଦିନରେ ଶିକ୍ଷା ବିଭାଗ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗର ଏହିଭଳି କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀ ମାନେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା
ହିନ୍ଦୋଳରୁ
ଦୁଷ୍ମକୁମାର ମହାପାତ୍ର
ସାରାଆକାଶ.