ଜଙ୍ଗଲ ଜମିପଟା ଦେଇ ଦେଶର ପ୍ରଥମ ସ୍ଥାନରେ ଢେଙ୍କାନାଳ
ଢେଙ୍କାନାଳ ତା 28.08.23(ସା ଆ ମି )ଦେଶରେ ଜଙ୍ଗଲ ଅଧିକାରଆଇନୀ ର IFR Act ଅନୁଯାଇ ଢେଙ୍କାନାଳ ଜିଲ୍ଲାରେ ଚଉତିରିଶଜଣ ହିତାଧିକାରୀଙ୍କୁ ଜମିଯୋଗାଇ ମୁଖ୍ୟସ୍ରୋତରେ ସାମିଲ କରାଇ ସର୍ବଭାରତୀୟ ସ୍ଥରରେପ୍ରଥମ ସ୍ଥାନଅଧିକାର କରି ରାଜ୍ୟର ମର୍ଯ୍ୟଦା ରକ୍ଷା କରିଥିବାରୁ ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଜିଲ୍ଲାପାଳ ସରୋଜ କୁମାର ସେଠି, ବନଖଣ୍ଡ ଅଧିକାରୀ ସୁମିତ କର,ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା,ପୌରାଧ୍ୟାକ୍ଷା ଜୟନ୍ତୀପାତ୍ର,ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ,ଜନମଙ୍ଗଳ ଅଧିକାରୀ ରୁଦ୍ରପ୍ରସନ ପରିଜା, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ଓ ପରିଷଦ ବର୍ଗ
ସମ୍ମାନିତ ହୋଇ ଦେଶର ଅନ୍ୟ ଜିଲ୍ଲାପାଇଁ ଦିଗଦର୍ଶନ ସାଜିଛନ୍ତି!
ଜିଲ୍ଲାବାସୀ ଓ ଜଳ,ଜଙ୍ଗଲ ଓ ଜମି ଉପରେ 1986 ମସିହାରୁ ଓଡ଼ିଶାରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ FES ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ କୁ ସାଧୁ ବାଦ ଜଣାଇଛନ୍ତି ଆଗାମୀ ଦିନରେ ଗୋଷ୍ଟିଗତ ଜଙ୍ଗଲ ଅଧିକାର ପ୍ରଦାନ ରେ ଢେଙ୍କାନାଳ ଅଗ୍ରଣୀ ସ୍ଥାନରେ ରହୁ ବୋଲି ଅସାବ୍ୟକ୍ତ କରିଛନ୍ତି! ଢେଙ୍କାନାଳରୁ ଜଗନ୍ନାଥ ନାୟକ
ସାରା ଆକାଶ