ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶ ବ୍ୟାପି ଚାଲିଛି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

0

ଢେଙ୍କାନାଳ 28.08 *ସା.ଆ.ମି) ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା କାଇମାଟି ପଞ୍ଚାୟତ ହରେକୃଷ୍ଣ ପୁରରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।କେନ୍ଦ୍ର ମନ୍ତ୍ରୀ ଅମର ସହିଦ ସାରଙ୍ଗଧର ଦାସଙ୍କ ହରେକୃଷ୍ଣ ପୁର ଗାଁରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥଲା।ଧର୍ମେନ୍ଦ୍ର ପ୍ରଧାନ ଅମର ସହିଦ ସାରଙ୍ଗଧର ଦାସଙ୍କ ସ୍ମୁତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ହରେକୃଷ୍ଣ ପୁର ଗାଁରୁ ମାଟି ପୂଜନ କରି କଳସ ଯାତ୍ରା କରିଥିଲେ ।ପରେ ଗାଁ କୋଠଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ।ଏବଂ ଏହି ମନ କି ବାତ୍ ରେ ଶତାଧିକ ବିଜେପି କର୍ମୀ ଓ ସ୍ଥାନୀୟ ଜନ ସାଧାରଣ ମଧ୍ୟ ଯୋଗ ଦେଇଥିଲେ।ପରେ ମନ୍ତ୍ରୀ ହରେକୃଷ୍ଣ ପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ବୃକ୍ଷରୋପଣ କରିଥିଲେ।ଶେଷରେ କେନ୍ଦ୍ର ମନ୍ତ୍ରୀ ଆୟୋଜିତ ସଭାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ବୀର ସହିଦ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିବା ସହ ପାଦ ଛୁଇଁ ପ୍ରଣାମ କରିଥିଲେ ଧର୍ମେନ୍ଦ୍ର।ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ସମୁହ ସପଥପାଠ ମଧ୍ୟ କରାଇଥିଲେ।ମୋ ମାଟି ମୋ ମାଟି କାର୍ଯ୍ୟକ୍ରମ ରେ ଦେଶର ୬ଲକ୍ଷ ଗାଁରୁ ମାଟି ସଂଗ୍ରହ ହୋଇ ବ୍ଲକରୁ ଜିଲ୍ଲା ଜିଲ୍ଲାରୁ ରାଜଧାନୀ ଓ ପରେ ଦିଲ୍ଲୀକୁ ଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ଅମୃତ ବାଟିକା ମାଧ୍ୟମରେ ଗଛ ମଧ୍ୟ ସଂଗୃହିତ ହୋଇ ଦିଲ୍ଲୀରେ ଅମୃତ ବାଟିକା ହେବ ।ହରେକୃଷ୍ଣ ଗାଁ କୁ ଆସି ନିଜକୁ ଗୌରବାନ୍ୱତ ମନେ କରିଛନ୍ତି ମନ୍ତ୍ରୀ।ଢେଙ୍କାନାଳ ହରେକୃଷ୍ଣ ପୁର ଗାଁର ଅମର ସହିଦ ସ୍ୱାଧିନତା ସଂଗ୍ରାମୀ ସାରଙ୍ଗଧର ଦାସ ଥିଲେ ଦେଶବ୍ୟାପି ଗଡଜାତ ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର।ଦେଶ ସ୍ୱାଧିନତା ସମୟରେ କେବଳ ଓଡ଼ିଆ ଶା ନୁହଁ ସମଗ୍ର ଦେଶରେ ସେ ସ୍ୱାଧିନତା ଆନ୍ଦୋଳନ ପାଇଁ ପ୍ରମୁଖ ଭାବରେ କାର୍ଯ୍ୟ କରିଥିଲେ।ତା ସହିତ ସ୍ୱାଧିନ ଭାରତର ପ୍ରଥମ ଲୋକସଭା ସଦସ୍ୟ ଢେଙ୍କାନାଳ ଲୋକସଭା ଆସନରୁ ନିର୍ବାଚିତ ମଧ୍ୟ ହୋଇଥିଲେ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?