କଟକ ବଡ଼ ଡାକ୍ତର ଖାନାରେ ବ୍ୟାପକ ଅନିୟମିତତା ଅଭିଯୋଗ
କିଶନନଗର 24.08.23(ସା.ଆ.ମି) କଟକ ବଡ ଡାକ୍ତର ଖାନାକୁ ବହୁ ଦୂର ଦୁରାନ୍ତରୁ ଲୋକମାନେଚିକିତ୍ସା ପାଇଁ ଆସିଥାନ୍ତି କିନ୍ତୁ ବିଡମ୍ବନାର ବିଷୟ ଏଠି ତାହା ସମ୍ଭବ ହୁଏ ନାହିଁ କିଛି ବ୍ୟକ୍ତି ବିଶେଷଙ୍କ ମନମାନୀ ପାଇଁ | ଲୋକେମାନେ ବଡ ଡାକ୍ତର ଖାନାକୁ ବହୁ ଆଶା ଓ ଭରଷା ନେଇ ଆସିଥାନ୍ତି | ଦକ୍ଷ ଡାକ୍ତରଙ୍କ ଠାରୁ ଉତ୍ତମ ସେବା ପାଇବା ଆଶରେ |କିନ୍ତୁ କଟକ ବଡ ମେଡିକାଲରେ କିଛି ସିନିଅର ନର୍ସିଙ୍ଗ ଅଫିସରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅସନ୍ତୁଷ୍ଟ ଜୁନିଅର ନର୍ସିଙ୍ଗ ଅଫିସର |ଆହୁରି ମଧ୍ୟ ଅଭିଯୋଗ ଜୁନିଅର ନର୍ସିଙ୍ଗ ଅଫିସରଙ୍କ ଠାରୁ ଲାଞ୍ଚ ନେଇ ମାଳତୀ ତ୍ରିପାଠୀ (ଟ୍ରମା ଆଇ ସି ୟୁ ଇନଚାର୍ଜ ) ତାଙ୍କ ମନ ମୁତାବକ ଡ଼ିଉଟି ଦେଉଛନ୍ତି ଯାହା ଅନ୍ୟମାନଙ୍କୁ ଅସୁବିଧାରେ ପକାଉଛି |ଏହି ବ୍ୟକ୍ତି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ।ଏତେ ଟଙ୍କା ଆସିଲା କେମିତି?ଏହି ବ୍ୟକ୍ତିଙ୍କ ନାମରେ ଅନେକ ଅଭିଯୋଗ ରହିଥିଲେ ମଧ୍ୟ ସବୁ ସଲା ସୁତରାରେ ଚାଲିଛି |କିନ୍ତୁ ପ୍ରଶାସନ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି |ଏଥିରୁ ସ୍ପଷ୍ଟ ଅନୁମେୟ କି ସରକାର ଖାଲି 5T ର ମିଛ ଡିଣ୍ଡିମ ପିଟୁଛନ୍ତି |