ଆମ ଶରୀର ପାଇଁ କାହିଁକି ଦରକାର ଭିଟାମିନ ‘ଡି’
ଭିଟାମିନ୍ ‘ଡି’ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାର ଅଭାବରେ ହୃଦ୍ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ‘ଭିଟାମିନ୍-ଡି ଏବଂ ହୃଦ୍ଜନିତ ସମସ୍ୟା’ ଶୀର୍ଷକ ବିଷୟକୁ ନେଇ ୟୁନିଭରସିଟି ଅଫ୍ ସିଡ୍ନୀର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଜଣେ ବ୍ୟକ୍ତି ଶରୀରରେ ଏହାର ପରିମାଣ କମିଲେ ହୃଦଘାତ ହେବାର ଆଶଙ୍କା ରହିଛି। ତା’ସହ ଏହାର ପ୍ରଭାବ ରକ୍ତଚାପ ଉପରେ ମଧ୍ୟ ପଡିଥାଏ। ତେଣୁ ଆମେ ପ୍ରତିଦିନ କିଛି ଭିଟାମିନ୍ ‘ଡି’ଯୁକ୍ତ ଖାଦ୍ୟ ଖାଇବା ନିହାତି ଦରକାର। ସବୁଦିନ ସକାଳେ କିଛି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ ଆମ ଶରୀରକୁ ଅନେକ ପରିମାଣର ଭିଟାମିନ୍ ‘ଡି’ ମିଳିଥାଏ। ଏତଦବ୍ୟତୀତ କଦଳୀ, କମଳା, ଅଲମଣ୍ଡ, ଛତୁ, ଅଣ୍ଡା କେଶର, କ୍ଷୀର, ଜୁସ୍ରେ ଭିଟାମିନ୍ ‘ଡି’ ପ୍ରଚୁରମାତ୍ରାରେ ରହିଛି l