ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ
ଢେଙ୍କାନାଳ,(ସା.ଆ.ମି. ): ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦଭାବନା ଗୃହ ପରିସରରେ ଜିଲ୍ଲାପାଳ ସରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l ଉପଖଣ୍ଡ ହେଉ କିମ୍ବା ବ୍ଲକ ସ୍ଥରରେ ହେଉଥିବା ଜନ ଅଭିଯୋଗ ଶୁଣାଣିର ବିହିତ ବିଚାର ନିମନ୍ତେ ଉପଜିଲ୍ଲାପାଳ, ବିଡ଼ିଓ ଓ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ରଖିଥିଲେ l ପ୍ରାକପ୍ରାଥମିକ ବିଦ୍ୟାଳୟ ଗୁଡିକର ଆବଶ୍ୟକତା ଅନୁଧ୍ୟାନ ସହଅଭାବ ଗୁଡିକ ତୁରନ୍ତ ପୂରଣ ନିମନ୍ତେ ନିର୍ଦେଶ ଦେଇଥିଲେ ବିଦ୍ୟାଳୟଗୁଡିକରେ ଶୌଚାଳୟ ବିଦ୍ୟୁତ ସରବରାହ ନିମନ୍ତେ ଗୁରୁତ୍ୱ ଦେଇଥିଲେ l ଜିଲ୍ଲାରେ ଷାଠିଏ ବର୍ଷରୁ ଉର୍ଦ୍ଧ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ରଖିଥିଲେ l ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କୃଷକମାନଙ୍କୁ ସୁବିଧା ଯୋଗାଇଵା ନିମନ୍ତେ ପରାମର୍ଶ ରଖିଥିଲେl ଆଶ୍ରମ ବିଦ୍ୟାଳୟଗୁଡିକର ଅନ୍ତେବାସୀଙ୍କ ସ୍ଵାସ୍ତ୍ୟସେବା ଯୋଗାଇଦେବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେl ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ଥରୀୟ ଅଧିକାରୀମାନେ ଯୋଗଦେଇଥିଲେl ଦେଖାଯାଉ ଜିଲ୍ଲାପାଳଙ୍କ ପରାମର୍ଶ ଓ ନିର୍ଦେଶକୁ ଅଧିକାରୀମାନେ କେତେ ମାତ୍ରାରେ ପାଳନ କରୁଛନ୍ତି l