ମହାନଦୀର ନଦୀବନ୍ଧ ଦୁର୍ବଳ ଅବସ୍ଥାରେ, ପ୍ରଶାସନର ନିଘା ନାହିଁ
କିଶନନଗର : କଟକ ଜିଲ୍ଲା କିଶନନଗର ତହସିଲ ଅଞ୍ଚଳରେ ମହାନଦୀର ବନ୍ଧ ଅନେକ ସ୍ଥାନରେ ଅତି ଦୁର୍ବଳ ଅବସ୍ଥାରେ ରହିଛି l ଯଦି ମହାନଦୀରେ ବଡ଼ ବନ୍ୟା ଆସେ ତେବେ ବିପଦର ଆଶଙ୍କାକୁ ଏଡାଇବାକୁ ଏକମାତ୍ର ଭଗବାନ ହିଁ ଭରସା l ନଦୀବନ୍ଧର ଅନେକ ସ୍ଥାନରେ ପଥର ପ୍ୟାକିଙ୍ଗ ନାହିଁ ଏବଂ ଯେଉଁଠି ଵି ଅଛି ତାହା ସଠିକ ଭାବରେ ନାହିଁ l ପ୍ରତିଦିନ ନଦୀ ବନ୍ଧରେ ଶହ ଶହ ବାଲି ବୋଝେଇ ହାଇୱା ଟ୍ରକ ପରିବହନ ଫଳରେ ନଦୀବନ୍ଧ ଦୁର୍ବଳ ହେବାର ପ୍ରମୁଖ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି l ଅଞ୍ଚଳରେ ପୁରୁଖା ଲୋକଙ୍କ କହିବା କଥା ମାଳିକାରେ ନିମେଇସିଂ ତୁଠରେ ଘାଇ ହେବାର ବିଷୟରେ ଉଲେଖ ଅଛି l ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ନଦୀ ବନ୍ଧ ଦୁର୍ବଳ ଥିବା ସ୍ଥାନଗୁଡିକୁ ତୁରନ୍ତ ମରାମତି କରନ୍ତୁ ବୋଲି ଅଞ୍ଚଳବାସୀଙ୍କ ଦାବି କରିଛନ୍ତି l