ମହିମାଗାଦି ବିକାଶ ପ୍ରକଳ୍ପ ସମ୍ପର୍କରେ ବୈଠକ

0

ଯୋରନ୍ଦା,(ସା.ଆ.ମି.): ମହିମାଗାଦିଠାରେ ଗୁରୁବାର ମହିମାଗାଦି ବିକାଶ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ବିଧାୟକ ସୁଧୀର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଧୂନୀମନ୍ଦିର ନିକଟ ଓଟିଡିସି ହଲ ଠାରେ ଅନୁଷ୍ଠିତ ଏହି ବୈଠକରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ,ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନରା, ଯୋରନ୍ଦା ସରପଞ୍ଚ ଆରତି ନାୟକ, ବକ୍କଳଧାରୀ ମହିମା ସମାଜ ସମ୍ପାଦକ ନିତ୍ୟାନନ୍ଦ ବାବା, କମିଟି ସଭ୍ୟ ଶଙ୍କର ବାବା,ପ୍ରମୋଦ ବାବା, ଦୀନବନ୍ଧୁ ବାବା,ସାଧୁ ଅନାମ ଦାସ,ସାଧୁ ବିଶ୍ୱାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିବାବେଳେ କୈ।ପୁନୀଧାରୀ ମହିମା ସମାଜ ସଭାପତି ରଘୁନାଥ ବାବା, ସମ୍ପାଦକ ସୁଶାନ୍ତ ଦାସ,ବରିଷ୍ଠ ସନ୍ୟାସୀ ଅବିନାଶ ବାବା,ରମେଶ ଦାସ,ଅଭୟ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସୂଚନା ଥାଉକି, ମହିମାଗାଦି ବିକାଶ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ କିସ୍ତିରେ ୯୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁମୋଦନ ହୋଇଛି । ସେହି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ହୋଇଥିଲା। ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବା ସହିତ କୈ।ପୀନଧାରୀ ମହିମା ସମାଜ ପ୍ରସ୍ତାବିତ ଦଲକ ସ୍ଥାନରେ ଚାଲିଥିବା କାର୍ଯ୍ୟ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଟେଣ୍ଡର ପ୍ରକ୍ରିୟା ପରେ ଗାଦିମନ୍ଦିର ଭବ୍ୟ ମନ୍ଦିର ନିର୍ମାଣ ହେବ ବୋଲି ସୂଚନା ମିଳିଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?