ଥାନା ନିକଟରେ ଜମୁଛି ଜୁଆଆଡ୍ଡା

0

ମହାବିରୋଡ୍‌,୨୭ା୭(ସା.ଆ.ମି): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ନିଜର ଜୀବନ ଜୀବିକା ପାଇଁ ଚାଷ କାର୍ଯ୍ୟ, ମୂଲମଜୁରୀ,ଅନ୍ୟତ୍ର ଯାଇ ଦାଦନ ଶ୍ରମିକ ଭାବେ ଖଟିବା ଦେଖିବାକୁ ମିଳିଥାଏ। ଏପରି ସ୍ଥଳେ ଏହି ଅଞ୍ଚଳର କିଛି ନିରୀହ ଲୋକ ଅନ୍ୟବାଟକୁ ଚାଲିଯାଇ ନିଶା ସେବନ କରି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଏହା ସତ୍ତ୍ୱେ ଏହି ଅଞ୍ଚଳରେ କିଛି ଅସାମାଜିକ ଯୁବକକୁ ନିଶାଠାରୁ ଆଉ ଏକ ନିଶା ଘାରିଛି ଏହି ନିଶା ଆଉ କେହି ନୁହେଁ ଏହା ହେଉଛି ଜୁଆ ଖେଳ ନିଶା। ଏହି ଜାଲରେ ଯିଏ ପଡିବ ଏଥିରୁ ବାହାରିବା କଷ୍ଟକର ହୋଇଥାଏ। ଆଉ ଏଥିରେ ହାର ଜିତ୍‌ ରହିଛି। ଏଥିରେ ଯିଏ ହାରେ ସବୁବେଳେ ଚିନ୍ତାଶୀଳ ହେବା ସହ ଟଙ୍କା ଲାଗି ସବୁ କିଛି ବାଟ ଦିଶିଥାଏ ତାକୁ । ଶେଷରେ ନିଜ ଘରେ ଟଙ୍କା ପାଇଁ ଝଗଡ଼ା କରିବା,ଘରର ଜିନିଷ ପତ୍ର ବିକିବା। ଚୋରି କରିବା ଦିଗକୁ ଯିବା ପାଇଁ ପଛଘୁଞ୍ଚା ଦେଇ ନ ଥାଏ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ନିକଟରେ । ଥାନା ଠାରୁ ମାତ୍ର ୨୦୦ ମିଟର ମଧ୍ୟରେ ହେଉଥିବା ସାପ୍ତାହିକ ଶୁକ୍ରବାର ହାଟ ମଧ୍ୟରେ କେତେକ ଜୁଆ ଖେଳାଳିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏମାନେ ଆଇନକୁ ଖୁଲମଖୁଲା ଉଲଂଘନ କରି ଖେଳ ଚଳାଇଛନ୍ତି। ଫଳରେ ଏଥିରେ କେତେକ ନିରୀହ ଜୀବନ ପ୍ରତି ଅନେକ ସମସ୍ୟା ସୃଷ୍ଟି କରୁଛି। ସବୁ ଜାଣି ନ ଜାଣିବା ପରି କିପରି ନୀରବ ରହିଛି ପୋଲିସ ପ୍ରଶାସନ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଏହି ଆଡ୍ଡାସ୍ଥଳୀ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?