ଶିକ୍ଷକଙ୍କ ବଦଳି ନେଇ ବିଇଓଙ୍କୁ ଘେରିଲେ ଗ୍ରାମବାସୀ
ସମ୍ବଲପୁର,୨୬ା୭(ସା.ଆ.ମି): ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ସରକାର ନାରା ଦେଉଥିବା ସହିତ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଅଭାବରୁ ଶିକ୍ଷାଦାନ କ୍ଷେତ୍ରରେ ବ୍ୟାହତ ସୃଷ୍ଟି ହେଉଥିବା ବେଳେ ଲାଣ୍ଡିମାଳ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକ
ବଦଳିକୁ ନେଇ ମଙ୍ଗଳବାର ନାକଟିଦେଉଳ
ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।
ପ୍ରକାଶ ଯେ, ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅର୍ନ୍ତଗତ ଲାଣ୍ଡିମାଳ
ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ
ପ୍ରଥମଶ୍ରେଣୀରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ୧୧୧
ଜଣ ଛାତ୍ରଛାତ୍ରୀଙ୍କୁ ୩ଜଣ ଶିକ୍ଷକ ଶିକ୍ଷାଦାନ
ଦେଉଥିବା ବେଳେ ଜଣେ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଯାଇ ଥିବାରୁୁ ପ୍ରଥମରୁ
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କ୍ଷେତ୍ରରେ
ବ୍ୟାପକ ଅବ୍ୟବସ୍ଥା ଦେଖାଯିବା ନେଇ ମଙ୍ଗଳବାର ଲାଣ୍ଡିମାଳ ଗ୍ରାମବାସୀ ରେଢାଖୋଲ ବିଜେପି ବିଧାୟକ ପ୍ରର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଇଓ
ଅଫିସକୁ ଆସି ଶିକ୍ଷକ ପଦବୀ ପୁରଣ କରିବା ଦାବି କରି ବିଇଓଙ୍କୁ ଘେରିଥିଲେ। ବିଇଓ ଦୁଇଟି ଶିକ୍ଷକ
ପଦବୀ ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ ା