ଅବହେଳିତ ଅବସ୍ଥାରେ କିଶୋରନଗର ପ୍ରାଣୀ ଚିକିତ୍ସାଳୟ

0

କିଶୋରନଗର : କଟକ ସଦର ବ୍ଲକ କିଶୋରନଗର ତହସିଲ ନିକଟରେ କିଶୋରନଗର ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଛି ସତ କିନ୍ତୁ ନା ଅଛନ୍ତି ଡାକ୍ତର ନା ଅନ୍ୟ କର୍ମଚାରୀ | ପ୍ରତିଦିନ ଏକ ଘଣ୍ଟାରୁ ଦୁଇ ଘଣ୍ଟା ଖୋଲା ଯାଇଥାଏ | କିଶୋରନଗର ଅଞ୍ଚଳରେ ବହୁ ଲୋକେ ଗୃହ ପାଳିତ ପଶୁଙ୍କ ଉପରେ ନିର୍ଭର କରି ନିଜର ପରିବାର ପ୍ରତି ପୋଷଣ କରିଥାନ୍ତି | ଏବେ ବିଭିନ୍ନ ପ୍ରକାର ରୋଗ ଗୃହ ପାଳିତ ପଶୁଙ୍କ ଠାରେ ଦେଖା ଯାଉଛି | କିନ୍ତୁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ କୌଣସି ଔଷଧ ମିଳୁନଥିବାରୁ ଗୃହ ପାଳିତ ପଶୁ ପାଳି ଥିବା ବ୍ୟକ୍ତି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏପଟେ ସରକାର ମିଶନ ଶକ୍ତି ଗୃହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ | ଗ୍ରାମାଞ୍ଚଳରେ ରହୁଥିବା 60ଭାଗ ଲୋକେ ଗୃହ ପାଳିତ ପଶୁ, ପକ୍ଷୀ ପାଳନ କରିଥାନ୍ତି ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ସହାୟ ହୋଇଥାଏ | ଏବେ ଗ୍ରାମାଞ୍ଚଳରେ ଗୃହପାଳିତ ପଶୁ ଚିକିତ୍ସା କେନ୍ଦ୍ର ଅବହେଳିତରୁ ଅନେକ ଚାଷୀ ଗୃହପାଳିତ ପଶୁ ଓ ପକ୍ଷୀ ପାଳନରୁ ମୁହଁ ଫେରାଉଛନ୍ତି | ସରକାର ଏଥିପ୍ରତି ଦୃଷ୍ଟି ଦେଲେ ପଶୁ, ପକ୍ଷୀ ପାଳକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?