ଜିଲ୍ଲା ଲେଖିକା ସଂସଦର ସଦସ୍ୟାଙ୍କ ବିୟୋଗରେ ଶୋକସଭା
ବ୍ୟାସନଗର : ଵ୍ୟାସନଗରସ୍ଥିତ ହୋଟେଲ ରୟାଲ କଳିଙ୍ଗ ପରିସରରେ ଜିଲ୍ଲା ଲେଖିକା ସଂସଦର ସଦସ୍ୟା ସ୍ବର୍ଗତ ସବିତା ନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ନାୟକଙ୍କର ଗତ ୧୯ତାରିଖରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସଂସଦ ସଭାପତି ହିରଣ୍ମୟୀ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ସ୍ଵର୍ଗତ ସବିତା ନାୟକ ଓ ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସବିତା ଜଣେ ଧର୍ମପ୍ରାଣା, ପରୋପକାରୀ, ନିରହଙ୍କାରୀ ଓ ମିଷ୍ଟଭାଷୀ ମହିଳା ଥିଲେ। ସହରର ଅନେକ ଅନୁଷ୍ଠାନ ସହ ସେ ଜଡିତ ଥିଲେ। ଶୋକସଭାରେ ମିରିନା ମହାନ୍ତି, ସଂଧ୍ୟା ରାଣୀ ଘଡେ଼ଇ, ନିଳୀମା ମହାନ୍ତି, ବିଜୟଲକ୍ଷ୍ମୀ ମହାପାତ୍ର, ରାଜଶ୍ରୀ ପରିଡ଼ା, ଦେବସ୍ମିତା ସାହୁ, ଉଷାମଞ୍ଜରୀ ସାହୁ, ଜୟନ୍ତୀ ଜେନା, ପ୍ରମୋଦିନି ଦାସ, ଅଶାନ୍ତି ସାମଲ, ମଧୁସ୍ମିତା ନାୟକ, ମମତା ଦାସ,ସୁଧାମୟୀ ଜେନା, ମମତାମୟୀ ଦାଶ, ମଞ୍ଜୁଲତା ନାୟକ, ଗାୟତ୍ରୀ ନାୟକ ପ୍ରମୁଖ ଯୋଗଦେଇ ସବିତାଙ୍କ ସହ ବିତାଇଥିବା ବିଶେଷ ମୁହୂର୍ତ୍ତଗୁଡ଼ିକର ସ୍ମୃତିଚାରଣ କରିଥିଲେ। ସଂସଦର ସମ୍ପାଦିକା ଵ୍ରଜେଶ୍ଵରୀ ସିଂ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।