ପାରିବାରିକ ବିବାଦରୁ ଗରିବ ଭାଗଚାଷୀଟି ବଳି ପଡ଼ିଗଲା
ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ପୈତୃକ ସମ୍ପତ୍ତିକୁ ନେଇ ଉଭୟ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ବାଦ ବିବାଦ ଲାଗିରହିଛି | ଜଣେ ଗରିବ ଭାଗ ଚାଷୀ ତାର ପରିବାର ପ୍ରତି ପୋଷଣ କରିବା ପାଇଁ ଚାଷ କରିଥିଲା | କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଗଗନ ପୁହାଣ (ଭାଗ ଚାଷୀ )ଯୋଉଁ ତଳି ପକେଇଥିଲେ ତାହାକୁ ରାଜଲଷ୍ମୀ ପୁହାଣ ସ୍ୱାମୀ ପୁରୁଷୋତ୍ତମ ସ୍ୱାଇଁ ପଳାଶ ବାସିନ୍ଦା ତାଙ୍କ ସହିତ ରଂଜିତ ପୁହାଣ, ପିତା ସ୍ବର୍ଗତ ରଘୁନାଥ ପୁହାଣ, ଦାମୋଦରପୁର, ଥାନା ନେମାଳ, କଟକ ମିଶିକରି ମୋ ତଳି କିଆରୀରେ ଘାସ ମରା ପକେଇ ସମ୍ପୂର୍ଣ ଭାବେ ନଷ୍ଟ କରିଦେଇଛନ୍ତି ମୁଁ ଏବେ ନିରୁପାୟ ଏବଂ ବହୁ ମାନସିକ ଯନ୍ତ୍ରଣା ଭିତରେ କାଳତିପାତ କରୁଛି | ଜୟ ଯବାନ ଜୟ କିସାନ ଖାଲି ଶୁଣିବାକୁ ଭଲ ଲାଗୁଛି |କିନ୍ତୁ ଚାଷୀ କଥା ଆଜିର ସମୟରେ ନା ସରକାର ଶୁଣୁଛି ନା ପ୍ରଶାସନ |ଆମ ଗୁହାରି କହିବୁ ବା କାହାକୁ ଆଉ ଶୁଣିବ ବା କିଏ | ଚାଷୀ ଏବଂ ତା ପରିବାରକୁ କେବଳ ଭଗବାନ ହିଁ ଭରଷା |ପ୍ରଶାସନକୁ ବିନମ୍ର ଅନୁରୋଧ ମୋ ତଳିକୁ ଘାସ ମରା ପକେଇ ନଷ୍ଟ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ |