କେବେ ହେବ କିଶନନଗରରେ ଦମକଳ କେନ୍ଦ୍ର ଅଫିସ !
ଚକବନ୍ଦୀ ଅଫିସ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ ?
କିଶନନଗର : କଟକ ଜ଼ିଲ୍ଲା କିଶନନଗର ତହସିଲ ଅଧୀନରେ ୨0 ରୁ ଉର୍ଦ୍ଧ ପଞ୍ଚାୟତ ରହିଛି I ଭୌଗଳିକ ଦୃଷ୍ଟି କୋଣରୁ କିଶନନଗରରେ ଦମକଳ କାର୍ଯ୍ୟାଳୟ ନିହାତି ଆବଶ୍ୟକ ଏହାର ଯଥାର୍ଥ ରହିଛି କିଶନନଗରରେ ଥାନା, ଡାକ୍ତରଖାନା, ସ୍କୁଲ, କଲେଜ, ପଶୁ ଚିକିତ୍ସା କେନ୍ଦ୍ର ଅନେକ ସରକାରୀ ବେସରକାରୀ ଅଫିସ କାର୍ଯ୍ୟାଳୟ ରହିଛି I ଯଦି କୋଣସି କାରଣ ବଶତଃ ନିଆଁ ଲାଗେ ସେହି ଅଂଚଳରେ ଦମକଳ ଗାଡି ପଂହଁଚିଲା ବେଳକୁ ନିଆଁରେ ପୋଡି ପାଉଁଶ ହେଇଯାଇଥିବ I କିଛି ଦିନ ପୂର୍ବରୁ ସରକାରୀ ସ୍ତରରେ ଚକବନ୍ଦୀ କାର୍ଯ୍ୟାଳୟ, ଦମକଳ କାର୍ଯ୍ୟାଳୟ ପାଇଁ ତତ୍ପରତା ଦେଖାଯାଇଥିଲା I କିନ୍ତୁ ଏହାରି ଭିତରେ ପାଖା ପାଖି ଏକ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସରକାର ଏବଂ ପ୍ରଶାସନ ପୁରା ପୁରି ନିରବ I ଉତ୍କଳ ବିକାଶ ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠି ଦୁଃଖ ପ୍ରକାଶ କରିବା ସହିତ ସରକାର ଏବଂ ସରକାରୀ କଳ ଉଭୟଙ୍କୁ ଦୋଷ ଦେବା ସହିତ ଆନ୍ତରିକତାର ଅଭାବ ବୋଲି ଭର୍ଚ୍ଛନା କରିଛନ୍ତି I ଯଦି ସରକାରଙ୍କ ଆଭିମୁଖ୍ୟର ପରିବର୍ତନ ନହୁଏ ତେବେ ଆଗାମୀ ନିର୍ବାଚନରେ କିଶନନଗର ଜନତା କେବେ କି କ୍ଷମା କରିବେନାହିଁ I