ଅଜା ରୋକିଦେଲେ ନାତୁଣୀର ବାହାଘର

0

କଟକ: ବିଭିନ୍ନ ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ କରାଯାଉଛି ବାଲ୍ୟବିବାହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏପରି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟି କଟକ ସହରରେ। ଗତକାଲି କଟକ ଜିଲ୍ଲା ଗଡ଼ଗଡ଼ିଆ ମନ୍ଦିରରେ ଗୁରୁଡ଼ିଝାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତି ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ କରାଇ ଦେଉଥିଲେ। ହେଲେ ନାବାଳିକାଙ୍କ ଅଜା ଏହାକୁ ବିରୋଧ କରିଥିଲେ। ନାତୁଣୀକୁ ଏତେ କମ୍‌ ବୟସରେ ନ ବିବାହ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକେ ଅଜାର କଥାକୁ ଶୁଣି ନଥିଲେ। ଶେଷରେ ନାତୁଣୀର ବିବାହ ଅଟକାଇବା ପାଇଁ ଚାଇଲ୍ଡଲାଇନରେ ଖବର ଦେଇଥିଲେ। ଚାଇଲ୍ହ ଲାଇନ ଅଜାଙ୍କ ଅଭିଯୋଗ ଆଧାରରେ ପୁଲିସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?