କ୍ବାର୍ଟର ମରାମତି କାମରେ ମୃତ ଲୋକ ଓ ସରକାରୀ କର୍ମଚାରୀ ନିୟୋଜିତ ମଷ୍ଟର ରୋଲରେ ହାଜିରା
ସମ୍ବଲପୁର : ସରକାରୀ କ୍ବାର୍ଟର ମରାମତି କାମରେ ମୃତଲୋକ ଓ ସରକାରୀ କର୍ମଚାରୀଙ୍କ ମୋଷ୍ଟର ରୋଲରେ ହାଜିରା ପଡିଥିବା ଜଣାପଡିଛି l ନାକ୍ଟିଦେଉଳ ବ୍ଲକ କଲୋନୀରେ ଥିବା ଗୋଟିଏ ପୁରୁଣା ଆଜବେଷ୍ଟ ଛପର ଘରେ ଥିବା କ୍ବାର୍ଟର ନଂ୧୩ ଓ କ୍ବାର୍ଟର ନମ୍ବର ୧୪ ମରାମତି ପାଇଁ 5th ଏସଏଫସି ଯୋଜନାରେ ୨୦୨୧ ଆର୍ଥିକ ବର୍ଷରେ ୪ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ଉକ୍ତ ଦୁଇ କ୍ବାର୍ଟର ମରାମତି କାମରେ ଅନିୟମିତତା ଓ ଚଞ୍ଚକତା କରାଯାଇ ବ୍ଯାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହେଉଛି l ମରାମତି କାମରେ କେତେ ଖଣ୍ଡ ନୁଆଁ ଆଜବେଷ୍ଟ ଛପର ସହ କାଁଭାଁ କିଛି ମରାମତି କରାଯାଇ ପୁରୁଣା କାନ୍ଥଉପରେ ରଙ୍ଗ ମାରି ବ୍ଯାପକ ଅର୍ଥହେରଫେର ହୋଇଥିବା ଅଭିଯୋଗ ହେଉଛି ଏପରିକି ମୃତଲୋକ ଓ ଚାକିରିଆ ଲୋକ ଏହି ମରାମତି କାମ କରିଥିବା ମୋଷ୍ଟର ରୋଲରେ ଦର୍ଶାଯାଇ ଥିବା ସୁଚନା ଅଧିକାର ଆଇନ ଦ୍ବାରା ମିଳିଥିବା ସୂଚନାରୁ ଜଣାପଡିଛି l ଠିକାଦାର ଓ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ମିଳି ଭଗତରେ ବ୍ଯାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହେଉଛି l ବ୍ଲକ କ୍ଯାମ୍ପସ ଭିତରେ ଏଭଳି ହେଉଥିବାବେଳେ ବାହାରେ କଣ ହେଉନଥିବ ବୋଲି ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି l ସଂପ୍ରୁକ୍ତ ଜେଇଙ୍କ ପ୍ରତିକ୍ରିୟା ନେବାରେ ସେ କିଛି ପ୍ରତିକ୍ରିୟା ଦେଇନଥଲେ l ଉଚ୍ଚକର୍ତ୍ତୁପକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି l