ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଲଟିଛି ବାର
କିଶନନଗର :କିଶନନଗର ଗ୍ରାମ ପଞ୍ଚାୟତ ଅଧିନସ୍ଥ ନଈକୂଳପାଟଣା ଗ୍ରାମ ନଦୀ କୂଳରେ ସରକାରୀ ମଦ ଦୋକାନ କିନ୍ତୁ ବିଡମ୍ବନାର ବିଷୟ ମଦ ଦୋକାନ ଲାଇସେନ୍ସ ନେବାକୁ ହେଲେ ଅବକାରୀ ନିୟମର ଅନେକ ସର୍ତ୍ତ ପାଳନ କରିବାକୁ ପଡିଥାଏ I ନିୟମର ସାମାନ୍ୟ ବ୍ୟତିକ୍ରମ ହେଲେ ଲାଇସେନ୍ସ ବାତିଲ ହୋଇଯିବାର ଆଶଙ୍କା ରହିଥାଏ I ତେବେ କିଶନନଗର ବଜାର ନିକଟ ନଦୀ କୂଳରେ ଥିବା ଠିପି ବନ୍ଦ ମଦ ଦୋକାନ ବାରମ୍ବାର ସରକାରୀ ନିୟମ ଉଲ୍ଲଙ୍ଘନ କରୁଥିବା ବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ I ନିୟମ ଅନୁଯାୟୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ମଦ ପିଇଲେ ମଦ ପିଉ ଥିବା ବ୍ୟକ୍ତି ଗିରଫ ହେବା ସହ ଦୋକାନର ଲାଇସେନ୍ସ ବାତିଲ ହେବା କଥା କିନ୍ତୁ ଏହି ନିୟମକୁ ପାଳନ କରାଯାଉନାହିଁ I ସେହି ରାସ୍ତା ଦେଇ ଜନସାଧାରଣ ଗଲାବେଳେ ଗାଳିଗୁଲଜ ଶୁଣିବାକୁ ପଡୁଛି I ମଦ୍ୟପଙ୍କ ଉତ୍ପାତରେ ସାଧାରଣ ଲୋକେ ଯିବା ଆସିବା କରିବାକୁ ଭୟ କରୁଛନ୍ତି I ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି I