ବଜ୍ରପାତରେ ବଡ଼ଭଉଣୀ ମୃତ, ସାନ ଗୁରୁତର
ଢେଙ୍କାନାଳ,୧୫ା୭(ସା.ଆ.ମି.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳ କରଗୋଳା ପଞ୍ଚାୟତ ଶାନ୍ତିନଗର ସାହିରେ ବଜ୍ରପାତରେ ବଡ଼ ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଗୁରୁତର ହୋଇ କାମାକ୍ଷାନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
କରଗୋଳା ପଞ୍ଚାୟତ ଶାନ୍ତିନଗର କଷ୍ଟୁ ଦେହୁରୀଙ୍କ ୧୧ ବର୍ଷୀୟା ନାବାଳିକା ଝିଅ ସାବିତ୍ରୀ ଦେହୁରୀ ଓ ୯ବର୍ଷୀୟ ସାନ ଝିଅ ଶ୍ରାବଣୀ ଦେହୁରୀ।
ଉଭୟେ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟରୁ ଫେରି ବାରଣ୍ଡାରେ ଏକାଠି ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଦୁଇଭଉଣୀ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକ ଉଭୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ବଡ଼ ଭଉଣୀ ସାବିତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସାନ ଭଉଣୀ ଶ୍ରାବଣୀ ଏବେ ଗୁରତର ଭାବେ ଚିକିତ୍ସିତ ହେଉଛନ୍ତି। ଏନେଇ ଗ୍ରାମ ତଥା ବିଦ୍ୟାଳୟରେ ଶୋକାକୁଳ ସ୍ଥିତି ସୃଷ୍ଟି ହୋଇଛି।