ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ୬୮ତମ ପ୍ରତିଷ୍ଠା ଦିବସ ପାଳିତ
ଯୋରନ୍ଦା: ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ଆନୁକୂଲ୍ୟରେ ଆଜି ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ହବା ପାଇଁ କିଛିଦିନ ପୂର୍ବରୁ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ପ୍ରସ୍ତୁତି ବୈଠକ ବସିଥିଲା I ଏହି ବୈଠକରେ ପୁରାତନ ଛାତ୍ର ସଂସଦ ସଭାନେତ୍ରୀ ଶ୍ରୀମତୀ ମନୋଜ ମଞ୍ଜରୀ ଲେଙ୍କା, ପୁରାତନ ଛାତ୍ର ରବି ନାରାୟଣ ରାଉଳ, ଆନନ୍ଦ ଚନ୍ଦ୍ର ମହାନ୍ତି, ଅମ୍ବିକା ପ୍ରସାଦ ମିଶ୍ର, ପଞ୍ଚାନନ ସ୍ୱାଇଁ, ସୁଧାଂଶୁ ଶେଖର ରାଉତ, ପ୍ରଫୁଲ୍ଲ କୁମାର ରାଉତ, ନିହାରବାଳା ରାଉତ, ଅଶୋକ କୁମାର ରାଉତ, ହିମାଂଶୁ ଭୂଷଣ ରାଉତ, ଆଲୋକ ରଞ୍ଜନ ରାଉତ, ରଂଜନ କୁମାର ନାୟକ ପ୍ରମୁଖ ଅନେକ ପୁରାତନ ଛାତ୍ର ଉପସ୍ଥିତ ଥିଲେ I ଏଥିସହିତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର, ଉତ୍ତମ କୁମାର ସାମନ୍ତ, ଶ୍ରୀମତୀ ଭାନୁମତି ସାହୁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ, ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ I ଏହି ବୈଠକର ସମସ୍ତ କର୍ମକର୍ତାଙ୍କ ନିଷ୍ପତିକ୍ରମେ ଜୁଲାଇ ଦଶ ତାରିଖ ସୋମବାର ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ହେବା ପାଇଁ ଦିନଧାର୍ଯ୍ୟ କରାଗଲା I ମୁଖ୍ୟ ଅତିଥି ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅର୍ଚନା ପୁହାଣ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ଧିକାରୀ ଡା. ସଦାନନ୍ଦ ରାଉତ, ବରିଷ୍ଠ ସାହିତ୍ୟିକ ଓ ଗବେଷକ ଡା. ଉଦ୍ଧବ ଚରଣ ନାୟକ, ଶ୍ରୀଯୁକ୍ତ ବିଶ୍ୱନାଥ ଚିନରା ଜିଲ୍ଲାପରିଷଦ ସଭ୍ୟ ଗନ୍ଦିଆ ଜୋନ ନଂ 1, ଶ୍ରୀମତୀ ଆରତୀ ନାୟକ ସରପଞ୍ଚ, ଯୋରନ୍ଦା ଗ୍ରାମପଂଚାୟତ ସମସ୍ତ ଅତିଥିମାନେ 10ତାରିଖ ଦିବା 11.30ସମୟରେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟରେ ଆସି ପହଂଚି ଥିଲେ I ଅପେକ୍ଷାରତ ଥିବା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା ସଦସ୍ୟ ବୃନ୍ଦ, ବିଦ୍ୟାଳୟର ncc ଛାତ୍ରଛାତ୍ରୀମାନେ ମାରଚିଂ କରି ପୁଷ୍ପଗୁଚ୍ଛ ଦେଇ ନିମଂତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ I ବିଧାୟକ ମଞ୍ଚ ଉପରେ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚାସିନ ହୋଇଥିଲେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା I ବିଦ୍ୟାଳୟର ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ଉତ୍ତରୀ ପ୍ରଦାନ କରି ସମ୍ମାନିତ କରିଥିଲେ I ଶ୍ରୀ ସାମଲ ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନ୍ୟତା ଓ ବିଦ୍ୟାଳୟର ଉନ୍ନତିକରଣ ଉପରେ ମନ୍ତବ୍ୟ ଦେଇଥିଲେ I ମଂଚାସୀନ ଅତିଥିମାନେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ I ମଂଚାସୀନ ଅତିଥିମାନଙ୍କ ଅଭିଭାଷଣ ପରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା I ପୁରାତନ ଛାତ୍ରଛାତ୍ରୀ ଓ ସରକାରୀ ବିଦ୍ୟାଳୟରେ ବର୍ତ୍ତମାନର ଶିକ୍ଷା ଉପରେ ଆଧାରିତ ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା I ଏହି ନାଟକଟି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲି I ନାଟକଟିର ପ୍ରଯୋଜକ ଥିଲେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଭାନୁମତି ସାହୂ I ପାରିବେଷିତ ନାଟକଟି ବେଶ ମନଛୁଆଁ ହୋଇଥିଲା I ଆଗନ୍ତୁକ ସମସ୍ତ ଦର୍ଶକମାନଙ୍କ ପାଇଁ ବିଦ୍ୟାଳୟରେ ଭୋଜନ ବ୍ୟବସ୍ଥା କରାଯାଇଥିଲା I ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଅମ୍ବିକା ପ୍ରସାଦ ମିଶ୍ର ସମସ୍ତ କର୍ମକର୍ତା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ପୁରାତନ ଛାତ୍ର ସଂସଦଓ ବିଦ୍ୟାଳୟ ର ପରିଚାଳନା କମିଟିକୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ I ପୁରାତନ ଛାତ୍ର ସଂସଦର ଅନୁମତି କ୍ରମେ ପ୍ରତି ବର୍ଷ ଜୁଲାଇ 10ତାରିଖରେ ଯୋରନ୍ଦା ଉଚ୍ଚବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଧାର୍ଯ୍ୟ କରାଗଲା I