ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ

0

ଦେବଗଡ଼ : ଦେବଗଡ଼ରେ ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ ଦେଖିବାକୁ ମିଳିଛି । ଗାଈ ଗୋରୁଙ୍କ ଶରୀରରେ ଚମ ଫୁଲିଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ଫାଟି ମାଂସ ଝାଡ଼ିବା ସହ ଉକ୍ତ ସ୍ଥାନରୁ ରକ୍ତସ୍ରାବ ହେଉଛି  I ଫଳରେ ଚିନ୍ତାରେ ଗୋପାଳକ ଅଛନ୍ତି I ଘଟଣାକୁ ସ୍ୱୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟରଞ୍ଜନ ରାଉତ । ଏହି ରୋଗ ପାଇଁ ପ୍ରତିଷେଧକ ଟୀକା ନଥିବାରୁ ଏହି ଭୁତାଣୁ ଜନିତରୋଗକୁ ଆୟତ୍ତ କରିବା ପାଇଁ ଗୋଟ୍‌ ପକ୍ସ ଭ୍ୟାକସିନ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି  । ଜିଲାରେ ୬୦ ହଜାର ଗୋରୁଙ୍କୁ ଏହି ଚର୍ମ ବିଣ୍ଡି ରୋଗ ପ୍ରତିଷେଧକ ଭାବେ ଗୋଟ୍‌ ପକ୍ସ ଭ୍ୟାକସିନ ଦିଆଯାଇଛି  । ୨୦୧୯ ଗଣନା ଅନୁଯାଇ ଲକ୍ଷେ ୩୦ ହଜାର ଗୋରୁ ରହିଥିବା ବେଳେ ଆହୁରି ପ୍ରାୟ 70 ହଜାର ଗୋରୁ ଟୀକା କରଣରୁ ବଞ୍ଚିତ ଅଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?